ଭୁବନେଶ୍ୱର: ପ୍ରାୟ ୩୬ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ୍ ପରେ କୁଆଖାଇ ନଦୀରୁ ଜଣେ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସଞ୍ଜୟ ସ୍ୱାଇଁ। ବୁଧବାର ଲିଙ୍ଗିପୁର ଅଞ୍ଚଳ ନିକଟରୁ ତାଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ସଞ୍ଜୟ ତାଙ୍କ ଅଟୋକୁ ବ୍ୟାଙ୍କୁଆଳ ବ୍ରିଜ୍ ଉପରେ ରଖିବା ପରେ ନଦୀକୁ ଡେଇଁଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିଅନ୍ତା ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲା।
କୁଆଖାଇ ନଦୀରେ ଦୀର୍ଘ ସମୟ ଧରି ଉଦ୍ଧାରକାରୀ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ନଦୀର ବିଭିନ୍ନ ସ୍ଥାନ ସହ ଆଖପାଖ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯାଇଥିଲା।
ପ୍ରାୟ ୩୬ ଘଣ୍ଟା ପରେ ଲିଙ୍ଗିପୁର ଅଞ୍ଚଳରୁ ସଞ୍ଜୟଙ୍କ ମୃତଦେହ ଠାବ ହୋଇଥିଲା। ପରେ ଉଦ୍ଧାରକାରୀ ଟିମ୍ ନଦୀରୁ ମୃତଦେହକୁ ବାହାର କରିଥିଲା।
ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ସଞ୍ଜୟ ନଦୀକୁ କାହିଁକି ଡେଇଁଥିଲେ ଏବଂ ଘଟଣା ପଛର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଦେଶର ବିଶିଷ୍ଟ ବୈଜ୍ଞାନିକ ତଥାଭାରତ ରତ୍ନ ପୁରସ୍କାରପ୍ରାପ୍...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ବନ୍ୟାର ଭୟାବହତାରୁ ନେପାଳ ମୁକୁଳିନଥିବା ବେଳେ ଏବେ ଭୂକମ୍ପ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...