ଭଦ୍ରକ: ବନ୍ୟା ପାଣି ଗାଁକୁ ଚାରିଆଡୁ ଘେରି ରହିଥିଲା। ରାସ୍ତାଘାଟ ବୁଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ପହଞ୍ଚିପାରିଲା ନାହିଁ। ଏଭଳି ସ୍ଥିତିରେ ପ୍ରସବ ବେଦନା ଉଠିବା ପରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଘରର କବାଟକୁ ଭେଳା ଭାବେ ବ୍ୟବହାର କରିଛି।
ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର ପାଳ ଗାଁରେ ଘଟିଛି। ମଣ୍ଟେଇ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଏହି ଅଞ୍ଚଳର ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି।
ଗାଁରେ ରହୁଥିବା ପର୍ଶୁରାମ ମଲ୍ଲିକଙ୍କ ପତ୍ନୀ ପୂଜାରାଣୀ ମଲ୍ଲିକଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। କିନ୍ତୁ ବନ୍ୟା ପାଣି ଯୋଗୁଁ ଗାଁକୁ ଯିବାଆସିବାର ରାସ୍ତା ବନ୍ଦ ଥିଲା। ଆମ୍ବୁଲାନ୍ସକୁ ଡାକିଥିଲେ ମଧ୍ୟ ତାହା ଗାଁ ନିକଟକୁ ପହଞ୍ଚିପାରିନଥିଲା।
ଶେଷରେ ପରିବାର ଲୋକେ ଘରର ଏକ କବାଟକୁ ବାହାର କରି ତାହାକୁ ଅସ୍ଥାୟୀ ଭେଳା ଭାବେ ବ୍ୟବହାର କରି ପୂଜାରାଣୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ପର୍ଶୁରାମ ମଲ୍ଲିକଙ୍କ କହିବା ଅନୁସାରେ, ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ତେଣୁ ପତ୍ନୀଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ପାଖରେ ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା।
ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂଜାରାଣୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମା’ ଓ ନବଜାତ ଶିଶୁ ତିନି ଦିନ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା ପରେ ପରିବାର ସହ ଘରକୁ ଫେରିଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗାଁରେ ପ୍ରାୟ ଏକ ମାସ ଧରି ଏଭଳି ପରିସ୍ଥିତି ଲାଗି ରହିଛି। ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସେବା ମଧ୍ୟ ଗାଁରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି।
ପୂଜାରାଣୀଙ୍କ ସମ୍ପର୍କୀୟ ସୀତାକାନ୍ତ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ଦୀର୍ଘଦିନ ଧରି ଗାଁବାସୀ ଏଭଳି ଅବସ୍ଥାରେ ରହୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦେଖିବାକୁ କେହି ଆସିନାହାନ୍ତି ଏବଂ ଆବଶ୍ୟକ ସହାୟତା ମିଳିନାହିଁ।
ମଣ୍ଟେଇ ନଦୀରେ ଜଳସ୍ତର ବୃଦ୍ଧି ପରେ ବାସୁଦେବପୁର ଅଞ୍ଚଳର ଅନେକ ସ୍ଥାନ ବନ୍ୟା ପ୍ରଭାବିତ ହୋଇଛି। ଏହା ଫଳରେ ଲୋକଙ୍କ ଯାତାୟାତ ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...