ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣାରେ ପୋଲିସ ଏବେ ତଦନ୍ତକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ‘ହଷ୍ଟେଲ ଡେଜ୍’ ନାମକ ବଏଜ୍ ପିଜି ଚଳାଉଥିବା ଦୁଇ ଅଂଶୀଦାରଙ୍କ ମଧ୍ୟରୁ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର ଥିବାବେଳେ, ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।
ଗତ ରବିବାର ଅପରାହ୍ନରେ ସତ୍ୟ ନିକେତନରେ ଥିବା ୫ ମହଲା କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣ ଛାତ୍ରଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।
ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିସିପି ଅମିତ ଗୋଏଲଙ୍କ ଅନୁଯାୟୀ, ବର୍ଷା ପାଣି ଓ ବର୍ଜ୍ୟବସ୍ତୁ ଜମି ରହୁଥିବାରୁ ପ୍ରାୟ ୮ରୁ ୧୦ ଦିନ ଧରି କୋଠାର ବେସମେଣ୍ଟରେ ମରାମତି କାମ ଚାଲିଥିଲା। ଏହା ସହ ଗ୍ରାଉଣ୍ଡ ଫ୍ଲୋରକୁ ବ୍ୟବସାୟିକ ଭାବେ ସମ୍ପ୍ରସାରଣ କରିବା ପାଇଁ ବେଆଇନ ଭାବେ ଭଙ୍ଗାଗଢ଼ା କରାଯାଉଥିବାରୁ କୋଠାଟି ଦୁର୍ବଳ ହୋଇଥିବା ପୋଲିସ କହିଛି।
ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା।
ପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିବାବେଳେ, କୋଠାର ପରିଚାଳନା ଦାୟିତ୍ୱରେ ଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଳାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଆଉ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତର ପରିସରକୁ ବଢ଼ାଇଛି। ଅନ୍ୟ ପିଜିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ନିର୍ମାଣ ସମ୍ପର୍କିତ ଅନୁମତିକୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି।
ଏନ୍‌ଏଚ୍‌-୫୩ରେ ଦୁର୍ଘଟଣା: ମାଲ୍‌ ବୋଝେଇ...
ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...
ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...
ଓଡ଼ିଶା ରାଜନୀତିରେ ଶୋକର ଛାୟା: ପୂର୍ବତନ ମନ୍ତ୍ରୀ ରାସବିହ...
ମୁମ୍ବାଇ: ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ହଇଚଇ ସୃଷ୍ଟ...
ଚାନ୍ଦିପୁରରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ...
ଅମଳ ସମୟରେ ପ୍ରକୃତିର ଦାଉ ଚାଷୀଙ୍କ ବର୍ଷକର ପରିଶ୍ରମକୁ ବି...
ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...