ଢେଙ୍କାନାଳ ଜିଲ୍ଲାରେ ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ମାଗିଥିଲା ସ୍ୱାମୀ। ହେଲେ ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ମାଡ଼ ମାରି ହତ୍ୟା କରିବା ସହ ମୃତଦେହକୁ ସେପ୍ଟିକ୍ ଟାଙ୍କ ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଶୁକ୍ରବାର ରାତିରେ ସଦର ଥାନା ଅଧୀନ ଇନ୍ଦିପୁରର ଜୁଆଙ୍ଗ ସାହିରେ ଘଟିଥିବା ଜଣାପଡ଼ିଛି।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ୱାମୀ-ସ୍ତ୍ରୀ ଉଭୟେ ସୁଭଦ୍ରା ଯୋଜନାର ଟଙ୍କା ଆଣିବାକୁ ଯାଇଥିଲେ। ପରେ ସ୍ୱାମୀ ମଦ କିଣିବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲା। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଅଭିଯୋଗ ଅନୁସାରେ, ମଦ୍ୟପ ସ୍ୱାମୀ ଏକ ବାଡ଼ିରେ ସ୍ତ୍ରୀଙ୍କୁ ମାଡ଼ ମାରିଥିଲା। ଏଥିରେ ତାଙ୍କ ମୃତ୍ୟୁ ହେବା ପରେ ମୃତଦେହକୁ ଘର ପଛପଟେ ଥିବା ସେପ୍ଟିକ୍ ଟାଙ୍କରେ ପୋତି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଶନିବାର ସକାଳେ ମହିଳାଜଣକ ଘରୁ ବାହାରକୁ ନ ଆସିବାରୁ ତାଙ୍କର ୪ ଜଣ ପିଲା ପଡ଼ୋଶୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଖୋଜାଖୋଜି ବେଳେ ପଡ଼ୋଶୀମାନେ ସେପ୍ଟିକ୍ ଟାଙ୍କ ଭିତରେ ମହିଳାଙ୍କ ହାତ ଦେଖି ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ଢେଙ୍କାନାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ସରକାରୀ ହସ୍ପିଟାଲକୁ ପଠାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।
ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତ ଗିରିଶ ପ୍ରଧାନଙ୍କୁ ଗିରଫ କରିଛି। ତଦନ୍ତର ଅଂଶ ଭାବେ ପୁଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି।
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ନିଜ ସଂଗଠନକୁ ଆହୁରି...
ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (IGL) ଦିଲ୍ଲୀ ଓ NCR ଅଞ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
କୋଭିଡ୍ ମହାମାରୀ ସମୟରେ Moderna ଏକ ଛୋଟ ବାୟୋଟେକ୍ କମ୍ପା...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଏସେଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ରିଲାଏନ୍ସ...
ମୁକେଶ ଅମ୍ବାନୀଙ୍କ Reliance Industriesର ଡିଜିଟାଲ୍ ସେବ...