କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ଡମପଡା ବ୍ଲକ ଅନ୍ତର୍ଗତ ପଥାପୁର ଗାଁରେ ଏକ ଜଙ୍ଗଲୀ ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତ ରାତିରେ ଏକ ହାତୀପଲ ଗାଁ ନିକଟସ୍ଥ ଚାଷଜମିରେ ପ୍ରବେଶ କରିଥିଲା। ହାତୀମାନେ ବିଭିନ୍ନ ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏଥିରେ ଚାଷୀମାନଙ୍କର ବହୁ ଆର୍ଥିକ କ୍ଷତି ହୋଇଛି।
ପରେ ହାତୀପଲର ଅଧିକାଂଶ ହାତୀ ଜଙ୍ଗଲକୁ ଫେରିଯାଇଥିଲେ ମଧ୍ୟ ଗୋଟିଏ ହାତୀ ଗାଁ ଅଞ୍ଚଳରେ ରହିଯାଇଥିବା ଜଣାପଡ଼ିଛି। ସେହି ଏକୁଟିଆ ହାତୀ ଚାଷଜମିରେ ବୁଲି ଅବଶିଷ୍ଟ ଫସଲ ନଷ୍ଟ କରିବା ସହ ଧୀରେ ଧୀରେ ଲୋକବସତି ଆଡ଼କୁ ମୁହାଁଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ବଢ଼ିଛି।
ଗାଁ ନିକଟରେ ହାତୀର ଉପସ୍ଥିତି ଯୋଗୁଁ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ ଓ ଚାଷୀମାନେ ଅଧିକ ଚିନ୍ତାରେ ରହିଛନ୍ତି। ଯେକୌଣସି ସମୟରେ ହାତୀ ଆକ୍ରମଣ କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ ହାତୀକୁ ଜଙ୍ଗଲକୁ ଫେରାଇବା ପାଇଁ କୌଣସି ଉଦ୍ଧାରକାରୀ ଦଳ କିମ୍ବା ଅଧିକାରୀ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ତେବେ ଏହି ଅଭିଯୋଗ ନେଇ ବନ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...
ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...