ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ ଆଇନଗତ ଝଟକା ଲାଗିଛି। ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯିବା ବିରୋଧରେ ଦାଖଲ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ ମଙ୍ଗଳବାର କୋଲକାତା ହାଇକୋର୍ଟ ମନା କରିଦେଇଛନ୍ତି।
ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମାମଲାଟି ତାଲିକାଭୁକ୍ତ କ୍ରମାନୁସାରେ ଶୁଣାଣି ପାଇଁ ଆସିବ ଏବଂ ଏହାକୁ ତୁରନ୍ତ ତାଲିକାଭୁକ୍ତ କରାଯିବ ନାହିଁ।
ଟିଏମସି ପକ୍ଷରୁ ଜ୍ୟେଷ୍ଠ ଆଇନଜୀବୀ କିଶୋର ଦତ୍ତା କୋର୍ଟଙ୍କୁ କହିଥିଲେ ଯେ, ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟ ଉପରେ ଡେବିଟ୍ ଫ୍ରିଜ୍ ଲଗାଯାଇଛି। ଫଳରେ ସେହି ଆକାଉଣ୍ଟରୁ କୌଣସି ଆର୍ଥିକ କାରବାର ସମ୍ଭବ ହେଉନାହିଁ। ଏହି କାରଣରୁ ମାମଲାର ତୁରନ୍ତ ଶୁଣାଣି ପାଇଁ ସେ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଏହି ଅନୁରୋଧକୁ ଗ୍ରହଣ କରିନଥିଲେ।
ସୂଚନା ଅନୁସାରେ, ପ୍ରାୟ୪୪୦ କୋଟି ଟଙ୍କାଜମା ଥିବା ଟିଏମସିର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ବିଦ୍ରୋହୀ ବିଧାୟକମାନଙ୍କ ଅଭିଯୋଗ ପରେ ଫ୍ରିଜ୍ କରାଯାଇଛି। ବିଧାନନଗର ସାଇବର କ୍ରାଇମ୍ ଥାନାରେ ଦାଖଲ ଅଭିଯୋଗ ଆଧାରରେ ଏକ ଏଫଆଇଆର୍ ରୁଜୁ କରାଯାଇଥିବାବେଳେ ପାଣ୍ଠିର ଉତ୍ସ ଏବଂ କାରବାରର ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗକାରୀ ବିଧାୟକମାନେ ଦାବି କରିଛନ୍ତି ଯେ, ଆକାଉଣ୍ଟରେ ଜମା ହୋଇଥିବା ଅର୍ଥର ଉତ୍ସ ଯାଞ୍ଚ କରାଯାଉ। ଏହା ଆଇନସମ୍ମତ ଉତ୍ସରୁ ଆସିଛି କି ନା ବେଆଇନ କାର୍ଯ୍ୟକଳାପ, କଥିତ କଟ୍-ମନି, ସରକାରୀ ପାଣ୍ଠିର ଅପବ୍ୟବହାର କିମ୍ବା ଅନ୍ୟ କୌଣସି ଘୋଟାଲା ସହ ଜଡିତ ଅଛି କି ନାହିଁ, ସେନେଇ ସଂପୂର୍ଣ୍ଣ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ କୋର୍ଟର ପରବର୍ତ୍ତୀ ଶୁଣାଣିକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜାରି ରହିଛି।
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...