ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ବଲ ରେବନ୍ନା ପୁଣିଥରେ ଚର୍ଚ୍ଚାରେ। ବେଙ୍ଗାଲୁରୁର ପରପ୍ପନ ଅଗ୍ରହାର କେନ୍ଦ୍ରୀୟ କାରାଗାରର ହାଇ-ସିକ୍ୟୁରିଟି ବାରାକରେ ଅଗଷ୍ଟ ୧୧ ତାରିଖରେ କ୍ରାଇମ୍ ବ୍ରାଞ୍ଚ ଅଧିକାରୀମାନେ ଚଢଉ କରି ଏକ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାର୍ଜର ଓ ନୋଟବୁକ୍ ଜବତ କରିଥିଲେ।
ଫରେନସିକ୍ ଯାଞ୍ଚ ପରେ ପୋଲିସ କହିଛି ଯେ ଜବତ ମୋବାଇଲ୍ ଫୋନରେ୧୪୫ରୁ ଅଧିକ ଭିଡିଓ କ୍ଲିପ୍ଥିଲା, ଯେଉଁଥିରେ ପର୍ଣ୍ଣୋଗ୍ରାଫିକ୍ କଣ୍ଟେଣ୍ଟ ସହିତ OTT ସିରିଜ୍ ଓ ଫିଲ୍ମ ମଧ୍ୟ ରହିଥିଲା। ଏହାସହ ଜବତ ପେନ୍ ଡ୍ରାଇଭରେ୧୦୦ରୁ ଅଧିକ ଭିଡିଓ, ଫିଲ୍ମ ଓ ୱେବ୍ ସିରିଜ୍ ମିଳିଥିବା ରିପୋର୍ଟ ହୋଇଛି।
ତଦନ୍ତରେ ମୋବାଇଲ୍ରୁ ଅନଧିକୃତ ଫୋନ୍ କଲ୍ର ତଥ୍ୟ ମଧ୍ୟ ମିଳିଥିବା ପୋଲିସ କହିଛି। ତେବେ ରେବନ୍ନା ମୋବାଇଲ୍ ଫୋନ୍ଟି ତାଙ୍କର ବୋଲି ମାନିନଥିବା ସହ ଜେଲ୍ର ଅନ୍ୟ କଏଦୀମାନେ ଏହାକୁ ବ୍ୟବହାର କରୁଥିବା ଦାବି କରିଛନ୍ତି। ସେ ଭିଡିଓଗୁଡ଼ିକ ଡାଉନଲୋଡ୍ କରିନଥିବା ମଧ୍ୟ କହିଛନ୍ତି।
ଏହି ଘଟଣା ପରେ ଜେଲ୍ ଭିତରକୁ ମୋବାଇଲ୍ ଫୋନ୍ ଓ ସିମ୍ କିପରି ପହଞ୍ଚିଲା, ତାହାକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ମାମଲାରେ ଜେଲ୍ କର୍ମଚାରୀଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ରିଅଲିଟି ଷ୍ଟଣ୍ଟ ଶୋ’ **‘ଖତରୋଁ କେ ଖିଲାଡ଼ି...
ବିଗ୍ ବସ୍ ୨୦ର ନବମ ଏପିସୋଡ୍‌ରେ ଘର ଭିତରେ ନୂଆ ବିବା...
ବରିଷ୍ଠ ଅଭିନେତ୍ରୀନାଫିସା ଅଲିନିଜ କ୍ୟାନ୍ସର ଚିକିତ୍ସାକୁ...
ଭାରତ ମାଟିରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସିଆନ୍ ଚାମ୍ପି...
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଯୁବ ତାରକା...
ଶ୍ରୀଲଙ୍କାର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ରୁମେଶ ପାଥିରାଗେଙ...
ଭାରତୀୟ ହକିର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ବିବାଦ ମଧ୍ୟରେ...
‘ହନୁମାନ ଅଂଶ’ର ସଫଳତା ପରେ ଲେଖକ-ନିର୍ଦ୍ଦେଶ...