ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ବିଶ୍ୱସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟରେ ଆୟୋଜିତ‘ପଖାଳ ପର୍ବ-୨୦୨୬’ଏକପଟେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରି ସଫଳତା ହାସଲ କରିଥିବାବେଳେ, ଅନ୍ୟପଟେ ଏହାର ଖର୍ଚ୍ଚକୁ ନେଇ ଏବେ ବିବାଦ ଦେଖାଦେଇଛି।
ରାଜଧାନୀ ଭୁବନେଶ୍ୱର ପାନ୍ଥନିବାସରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଉତ୍ସବରେ୧୧୭୪ କେଜି ପଖାଳପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ପ୍ରାୟ୮୫୦ କେଜି ଚାଉଳବ୍ୟବହାର କରାଯାଇଥିଲା। ଏହି ବିଶାଳ ପଖାଳ ପ୍ରସ୍ତୁତି ମାଧ୍ୟମରେ ଓଡ଼ିଶାଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା।
ଉତ୍ସବର ଆକର୍ଷଣ କେବଳ ପଖାଳରେ ସୀମିତ ନଥିଲା। ବର୍ଷର୩୬୫ ଦିନକୁ ପ୍ରତୀକାତ୍ମକ ଭାବେ ୩୬୫ ପ୍ରକାର ବ୍ୟଞ୍ଜନପରିବେଷଣ କରାଯାଇଥିଲା। ସେଥିରେ୬୮ ପ୍ରକାର ଆମିଷ ବ୍ୟଞ୍ଜନସହିତ ଶୁଖୁଆ, ଚୁନା ମାଛ, ଚିଙ୍ଗୁଡ଼ି, ବଡ଼ ମାଛ, ଚିକେନ୍ ଓ ବିଭିନ୍ନ ନିରାମିଷ ଖାଦ୍ୟ ଯେପରିକି ଶାଗ, ବଡ଼ି ଚୁରା ଆଦି ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ଓ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।
ତେବେ ବର୍ତ୍ତମାନଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC)ପକ୍ଷରୁ ପ୍ରସ୍ତୁତ ଏକ ବିଲ୍ ସାମ୍ନାକୁ ଆସିଛି। ସେହି ବିଲ୍ ଅନୁଯାୟୀ, ମାର୍ଚ୍ଚ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପଖାଳ ପର୍ବର ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ୮୫ ଲକ୍ଷ ୬୬ ହଜାର ୯୯୪ ଟଙ୍କାଖର୍ଚ୍ଚ ହୋଇଛି।
ଏହି ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହି ଖର୍ଚ୍ଚର ଯଥାର୍ଥତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏକପଟେ ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ବିଶ୍ୱ ମାନଚିତ୍ରରେ ପହଞ୍ଚାଇବାକୁ ପ୍ରଶଂସା କରାଯାଉଥିବାବେଳେ, ଅନ୍ୟପଟେ ଏତେ ବଡ଼ ପରିମାଣର ସରକାରୀ ଖର୍ଚ୍ଚ ଉପରେ ସ୍ୱଚ୍ଛତା ଓ ଜବାବଦେହିତାକୁ ନେଇ ପ୍ରଶ୍ନ ଉଠିଛି।
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ୱାଶିଂଟନ୍: ଆମେରିକାର ରାଜନୀତିରେ ବଡ଼ ପରିବର୍ତ୍ତନ। ୨୦୨୬...
ନୂଆଦିଲ୍ଲୀ: ଆମ ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଲ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...