ଓଡ଼ିଶାରେ ପ୍ରି-ମନସୁନ ବର୍ଷାର ପ୍ରଭାବ ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବିଭିନ୍ନ ଗ୍ଲୋବାଲ୍ ଓେଦର୍ ମଡେଲ୍ ଅନୁସାରେ ମେ ୧୦ ଚାରିପାଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ।
ପୂର୍ବରୁ GFS ଓେଦର୍ ମଡେଲ୍ ଏହି ଅଞ୍ଚଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଦେଖାଇଥିବା ବେଳେ ECMWF ମଡେଲ୍ ମଧ୍ୟ ଶ୍ରୀଲଙ୍କା ଓ ତାମିଳନାଡୁ ଉପକୂଳ ସମୀପରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସଙ୍କେତ ଦେଇଛି। ତେବେ ଏହା କେତେ ଶକ୍ତିଶାଳୀ ହେବ ଓ ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ।
ଏପଟେ କେନ୍ଦ୍ରୀୟ ଭାରତ ଉପରେ ସକ୍ରିୟ ଥିବା ଟ୍ରଫ୍ ଲାଇନ୍ ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ ଘନଘୋର ମେଘ, ବଜ୍ରପାତ ଓ ବର୍ଷା ଦେଖିବାକୁ ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ ମେ ୧୧ ପରେ ଟ୍ରଫ୍ ଲାଇନ୍ ଦୁର୍ବଳ ହେବା ସହ ଲଘୁଚାପର ଗତିବିଧି ଓ ପ୍ରଭାବ ଅଧିକ ସ୍ପଷ୍ଟ ହେବ।
ଯଦିଓ ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ଲଘୁଚାପ ସୃଷ୍ଟି ନେଇ ସଙ୍କେତ ଦେଇଛନ୍ତି, ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପୂର୍ବାନୁମାନ ଜାରି କରାଯାଇନାହିଁ। ତଥାପି ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ସମ୍ଭାବନାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି।
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...