ଓଡ଼ିଶାରେ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନ। ଦେଶପ୍ରେମ, ଜାତୀୟ ଏକତା ଓ ଦେଶ ପ୍ରତି ଗର୍ବର ବାର୍ତ୍ତାକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଅଗଷ୍ଟ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅଧୀନରେ କାର୍ଯ୍ୟକ୍ରମ ଆୟୋଜିତ ହେବ।
ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ କରାଯିବ। ଲୋକମାନଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ସରକାର ଆହ୍ୱାନ କରିଛନ୍ତି।
ଅଭିଯାନକୁ ସଫଳ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛି।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭାବେ ଆଜି ତିରଙ୍ଗା ରାଲି ଆୟୋଜିତ ହେଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗର ନେତୃତ୍ୱରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସହଯୋଗରେ ଏହି ରାଲି ଆୟୋଜନ କରାଯାଉଛି।
ଏଥିରେ ସରକାରୀ ଅଧିକାରୀ, ଯୁବବର୍ଗ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ସାମିଲ ହେବେ। ଅଗଷ୍ଟ ୧୭ ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।
ସଂସ୍କୃତି ମନ୍ତ୍ରୀ ମଧ୍ୟ ଓଡ଼ିଶାବାସୀଙ୍କୁ ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇ ମାତୃଭୂମି ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି।
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜି...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
କାଠମାଣ୍ଡୁ: ନେପାଳରେ ଚଳିତ ମାସରେ ହେବାକୁ ଥିବା ଏକ ଅନ୍ତର...
ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କ...
ୟୁରୋପୀୟ ୟୁନିୟନ୍‌ର ଦୁଇ ସଦସ୍ୟ ଦେଶ ସ୍ପେନ୍ ଓ ଇଟାଲ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ରେଢ଼ାଖୋଲ:ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପ...