ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ ଦିନ ପାଇଁ ପାଣିପାଗକୁ ନେଇ ନୂଆ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟର୭ଟି ଜିଲ୍ଲାରେ ପ୍ରବଳ ବର୍ଷାହେବାର ସମ୍ଭାବନା ଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମଙ୍ଗଳବାରମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ବର୍ଷାହେବାର ଆଶଙ୍କା ରହିଛି। ଏହା ସହିତ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ।
କେତେକ ସ୍ଥାନରେଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନବହିବାର ମଧ୍ୟ ସମ୍ଭାବନା ରହିଛି।
ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ଲୋକମାନଙ୍କୁ ଖୋଲା ସ୍ଥାନରେ ନରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବିଶେଷକରିଗଛ ତଳେ ଆଶ୍ରୟ ନନେବାକୁକୁହାଯାଇଛି।
ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଚାଷବାସ ସମେତ ଅନ୍ୟାନ୍ୟ ବାହାର କାର୍ଯ୍ୟକଳାପରୁ ଦୂରେ ରହି ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ବନ୍ୟାଜଳ କମିବା ପରେ ଓଡ଼ିଶାର ଅନେକ ଅଞ୍ଚଳରେ ଜୀବନ ସ୍ୱାଭା...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତ...
ମାର୍ଭେଲ ଷ୍ଟୁଡିଓର ବହୁ ପ୍ରତୀକ୍ଷିତ ସୁପରହିରୋ ଫିଲ୍ମSpid...
ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତିଦ୍ରୌପଦୀ ମୁର...
ଜମ୍ମୁ: ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ଧରି ବାଧାପ୍ରାପ୍ତ ହ...
ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର।ଭାରତୀୟ ରେଳବାଇପକ୍ଷ...
ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ବଡ଼ ରିଲିଫ୍...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ ଓ ସ୍ୱଚ୍ଛ କରିବା ପାଇ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...