ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ରାହୁଲ ଗାନ୍ଧୀ ଭିଡିଓ ଜାରି କରି E20 ଇନ୍ଧନ ଯୋଗୁଁ ସାଧାରଣ ଲୋକଙ୍କ ଗାଡ଼ି ନଷ୍ଟ ହେଉଥିବା ଏବଂ ମରାମତି ଖର୍ଚ୍ଚ ବଢ଼ୁଥିବା ଅଭିଯୋଗ କରିଥିଲେ।
ଏହାର ଜବାବରେ ବିଜେପି ରାହୁଲଙ୍କ ଭିଡିଓକୁ ନେଇ ପାଲଟା ଆକ୍ରମଣ କରିଛି। ବିଜେପିର ଦାବି ଅନୁସାରେ, ରାହୁଲ ଯେଉଁ କାରର ଫ୍ୟୁଏଲ୍ ଟାଙ୍କ ଖୋଲି ଦେଖାଉଥିଲେ, ସେହି ଟାଙ୍କ ନିକଟରେ କମ୍ପାନୀ ପକ୍ଷରୁ ‘Up to E20’ କିମ୍ବା ‘E20 Comfortable’ ଲେଖାଯାଇଥିଲା। ଅର୍ଥାତ୍ କାରଟି E20 ଇନ୍ଧନ ବ୍ୟବହାର ପାଇଁ ଉପଯୋଗୀ ବୋଲି ବିଜେପି କହିଛି।
ବିଜେପି ଅଭିଯୋଗ କରିଛି ଯେ, ବିନା ଯଥେଷ୍ଟ ତଥ୍ୟ କିମ୍ବା ରିସର୍ଚ୍ଚରେ ରାହୁଲ ଗାନ୍ଧୀ କେବଳ ରାଜନୈତିକ ଲାଭ ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ବିଜେପି ତାଙ୍କୁ କଟାକ୍ଷ ମଧ୍ୟ କରିଛି।
ଅନ୍ୟପଟେ, ରାହୁଲ ଗାନ୍ଧୀଙ୍କ ଦାବି ହେଉଛି E20 ଇନ୍ଧନ ଯୋଗୁଁ ଗାଡ଼ିର ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ୁଛି ଏବଂ ଏହାର ଭାର ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ବିଜେପିର ଏହି ପାଲଟା ଆକ୍ରମଣ ଉପରେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
‘India’s biggest rebel soldier’...