ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରକୁ ମିଳିଛି ବଡ଼ ଧରଣର ପ୍ରୋତ୍ସାହନ। ରାଜ୍ୟ ସରକାର ଶୁକ୍ରବାର ୨,୭୮୦ କୋଟି ଟଙ୍କାର ମୋଟ ୧୪ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୧୪ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ State Level Single Window Clearance Authority (SLSWCA) ବୈଠକରେ ଏହି ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପିତ ହେବ।
ଅନୁମୋଦିତ ପ୍ରକଳ୍ପ ମଧ୍ୟରେ Haldiram Snacks Food Pvt Ltdର ୫୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ରହିଛି। କମ୍ପାନୀ ପକ୍ଷରୁ ସ୍ନାକ୍ସ ଓ ବେକ୍ଡ ପ୍ରଡକ୍ଟସ୍ ଉତ୍ପାଦନ ପାଇଁ ଏକ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯିବ।
ସେହିପରି Prasol Chemicals Ltdକୁ ୪୫୦ କୋଟି ଟଙ୍କା ନିବେଶରେ ଫସ୍ଫରସ୍ ଆଧାରିତ ଡେରିଭେଟିଭ୍ସ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମୋଦନ ମିଳିଛି।
Mahanadi Coalfields Ltd ଅନୁଗୁଳ ଜିଲ୍ଲାରେ ୪୦୫.୩୫ କୋଟି ଟଙ୍କା ବ୍ୟୟରେ ଏକ ପ୍ରାଇଭେଟ୍ ରେଲୱେ ସାଇଡିଂ ବିକଶିତ କରିବା ପାଇଁ ସରକାରଙ୍କ ମଞ୍ଜୁରି ପାଇଛି।
ଅନ୍ୟ ଅନୁମୋଦିତ ପ୍ରସ୍ତାବଗୁଡ଼ିକରେ ଟେକ୍ସଟାଇଲ୍ ଓ ଆପାରେଲ୍, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ ଓ କେମିକାଲ୍ ପ୍ରଡକ୍ଟସ୍ ଭଳି ବିଭିନ୍ନ କ୍ଷେତ୍ର ସାମିଲ ରହିଛି।
ଏଥିସହ ମେଡିକାଲ୍ ଡିଭାଇସ୍, ଫାର୍ମାସ୍ୟୁଟିକାଲ୍ସ, ଷ୍ଟିଲ୍, ଆଇରନ୍ ଓ ଫେରୋ ଆଲଏଜ୍ ଏବଂ ଷ୍ଟିଲ୍ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ କ୍ଷେତ୍ରରେ ମଧ୍ୟ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏହି ନୂଆ ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତି ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ବ୍ରିଟେନରେ ବିମାନ ଚଳାଚଳ ବ୍ୟବସ୍ଥାରେ ବଡ଼ ଧରଣର ବିଭ୍ରାଟ...
ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ ନେତାମାନଙ୍କ ମଧ୍...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଆହୁରି ଭ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...