ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ ନେତାମାନଙ୍କ ମଧ୍ୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଦରମା ଆହୁରି ବଢ଼ିବାକୁ ଯାଉଛି।ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ବାର୍ଷିକ ଦରମା ୩.୬ ନିୟୁତ ସିଙ୍ଗାପୁର ଡଲାରରେ ପହଞ୍ଚିବ। ଏହି ରାଶି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ଷିକ ୪ ଲକ୍ଷ ଡଲାର ଦରମାର ପ୍ରାୟ ୭ ଗୁଣା ବୋଲି ରିପୋର୍ଟରେ କୁହାଯାଇଛି।
ନେତାମାନଙ୍କ ଦରମା ସଂଶୋଧନ ସମ୍ପର୍କରେ ୱଙ୍ଗ ସଂସଦରେ ଘୋଷଣା କରିଛନ୍ତି। ଏହା ଅନୁସାରେ ତାଙ୍କ ଦରମା୬୪ ପ୍ରତିଶତରୁ ଅଧିକବଢ଼ିବ। ବର୍ତ୍ତମାନ ସେ ବାର୍ଷିକ ପ୍ରାୟ ୨.୨ ନିୟୁତ ସିଙ୍ଗାପୁର ଡଲାର ପାଉଥିବା ବେଳେ ନୂଆ ବ୍ୟବସ୍ଥାରେ ଏହା ୩.୬ ନିୟୁତ ସିଙ୍ଗାପୁର ଡଲାର ହେବ।
ବର୍ଦ୍ଧିତ ଦରମାଅକ୍ଟୋବର ୧୫ରୁଲାଗୁ ହେବାକୁ ଥିବା କୁହାଯାଇଛି। ତେବେ ଅଧିକାରୀମାନଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ ନୂଆ ଦରମା ମିଳିବ ନାହିଁ। ବ୍ୟକ୍ତିଗତ ପରିସ୍ଥିତି ଓ କାର୍ଯ୍ୟଦକ୍ଷତା ଆଧାରରେ ପ୍ରଥମେ ୯ ପ୍ରତିଶତ ପର୍ଯ୍ୟନ୍ତ ଏକକାଳୀନ ସମାୟୋଜନ କରାଯିବ। ପରବର୍ତ୍ତୀ ଦରମା ପରିବର୍ତ୍ତନ ବ୍ୟକ୍ତିଗତ ପ୍ରଦର୍ଶନ ଓ ଦାୟିତ୍ୱ ଉପରେ ନିର୍ଭର କରିବ।
କେବଳ ପ୍ରଧାନମନ୍ତ୍ରୀ ନୁହେଁ, ସିଙ୍ଗାପୁରର ଅନ୍ୟ ବରିଷ୍ଠ ନେତାଙ୍କ ଦରମା ମଧ୍ୟ ବଢ଼ିବ।ଉପପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଦରମା ୧.୮୭ ନିୟୁତରୁ ୩.୦୬ ନିୟୁତ ସିଙ୍ଗାପୁର ଡଲାରକୁ ବୃଦ୍ଧି ପାଇବ। ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନେ ନିଜ ଦାୟିତ୍ୱ ଅନୁଯାୟୀ ୧.୮୦ ନିୟୁତରୁ ୨.୮୮ ନିୟୁତ ସିଙ୍ଗାପୁର ଡଲାର ପର୍ଯ୍ୟନ୍ତ ବାର୍ଷିକ ଦରମା ପାଇବେ।
ସିଙ୍ଗାପୁର ସରକାରଙ୍କ ଯୁକ୍ତି ହେଉଛି, ଉଚ୍ଚ ଦରମା ଦେଶର ରାଜନୀତିକ ବ୍ୟବସ୍ଥାକୁ ଯୋଗ୍ୟ ଓ ପ୍ରତିଭାବାନ ଲୋକଙ୍କୁ ଆକର୍ଷିତ କରିବାରେ ସହାୟକ ହୁଏ। ଭଲ ନେତୃତ୍ୱ ଦ୍ୱାରା ସୁଶାସନ ସୁନିଶ୍ଚିତ କରାଯାଇପାରେ ବୋଲି ସରକାରର ମତ।
ତେବେ ଏତେ ବଡ଼ ଦରମାକୁ ନେଇ ସିଙ୍ଗାପୁରରେ ମତଭେଦ ମଧ୍ୟ ରହିଛି। ୱଙ୍ଗ ସ୍ୱୀକାର କରିଛନ୍ତି ଯେ ଏହା ସାଧାରଣ ନାଗରିକଙ୍କ ଆୟ ତୁଳନାରେ ବହୁତ ଅଧିକ ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିପାରେ। ତାଙ୍କ ମତରେ, ଦରମା ପ୍ରସଙ୍ଗଟି ସମ୍ବେଦନଶୀଳ ଓ ଭାବପ୍ରବଣ।
ୱଙ୍ଗ ଆହୁରି କହିଛନ୍ତି ଯେ ସେ ନିଜ କାର୍ଯ୍ୟକାଳରେଦରମା ବୃଦ୍ଧିରୁ ମିଳିବାକୁ ଥିବା ସମ୍ପୂର୍ଣ୍ଣ ଅତିରିକ୍ତ ଅର୍ଥ ଦାନ କରିବେ।
ସିଙ୍ଗାପୁର ପ୍ରାୟ ୧୫ ବର୍ଷ ପରେ ମନ୍ତ୍ରୀମାନଙ୍କ ଦରମା ସଂଶୋଧନ କରିଛି। ଏକ ସ୍ୱାଧୀନ କମିଟିର ସୁପାରିଶ ଆଧାରରେ ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଦରମା ସଂଶୋଧନ ପୂର୍ବରୁ ମଧ୍ୟ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବାଧିକ ଦରମା ପାଉଥିବା ନେତା ଥିଲେ। ହଂକଂର ମୁଖ୍ୟ ନେତାଙ୍କ ବାର୍ଷିକ ଦରମା ପ୍ରାୟ୭୧୯ ହଜାର ଡଲାର, ଯେତେବେଳେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତିଙ୍କ ଦରମା ପ୍ରାୟ୬୦୬ ହଜାର ଡଲାରବୋଲି ତଥ୍ୟରେ ଉଲ୍ଲେଖ ରହିଛି।
ନୂଆବର୍ଷ ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆଣିବାକୁ ଯୋଜନା...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ସରକାରୀ କାର୍ଯ୍ୟାଳୟରେ ଉପହାର ଦେବା-ନେବା ଉପରେ ରୋକ୍ ଭ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...