US strikes five oil tankers linked to Iran amid rising Middle East tensions

ବଢ଼ୁଛି ମଧ୍ୟପ୍ରାଚ୍ୟ ଉତ୍ତେଜନା: ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ, ୫ ତୈଳ ଟ୍ୟାଙ୍କର ଧ୍ୱଂସ ଦାବି

ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଇରାନ ପକ୍ଷରୁ ଆମେରିକୀୟ ନୌସେନା ଜାହାଜ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ ହୋଇଥିବା ଦାବି ପରେ ଆମେରିକା ପ୍ରତିଆକ୍ରମଣ କରି ୫ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିବା ସେଣ୍ଟକମ୍ ଦାବି କରିଛି। ଏହି ଜାହାଜଗୁଡ଼ିକ ଇରାନର ତୈଳ ନେଟୱର୍କ ସହ ଜଡ଼ିତ ଥିବା କୁହାଯାଇଛି।

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଆହୁରି ଭୟଙ୍କର ରୂପ ନେଇଛି। ଇରାନ ଉପରେ ଆମେରିକା ପୁଣିଥରେ ଆକ୍ରମଣ କରିଥିବା ଦାବି କରାଯାଇଛି। ଆମେରିକା ପକ୍ଷରୁ ଇରାନ ସହ ଜଡ଼ିତ୫ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରାଯାଇ ଧ୍ୱଂସ କରାଯାଇଥିବାସେଣ୍ଟ୍ରାଲ୍ କମାଣ୍ଡ ବା ସେଣ୍ଟକମ୍ ପକ୍ଷରୁ ଦାବି କରାଯାଇଛି।

ସେଣ୍ଟକମ୍ ଅନୁସାରେ, ଦୁଇ ଦିନ ଧରି ଇରାନ ଆମେରିକୀୟ ନୌସେନାର ଜାହାଜ ଉପରେ ଦୁଇଥର ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ କୌଣସି ଆମେରିକୀୟ ସେନା ଆହତ କିମ୍ବା ମୃତ୍ୟୁବରଣ କରିନଥିବା ଦାବି କରାଯାଇଛି। ଏହି ଆକ୍ରମଣ ବିଫଳ ହେବା ପରେ ଆମେରିକା ପ୍ରତିଆକ୍ରମଣ କରିଥିବା ସେଣ୍ଟକମ୍ କହିଛି।

ଆମେରିକା ପକ୍ଷରୁଓମାନରେ ଥିବା ୪ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରାଯାଇଥିବା ଦାବି ହୋଇଛି। ଏହି ଜାହାଜଗୁଡ଼ିକ ହେଲାଏମ୍ଟି କାଭିଜ୍, ଏମ୍ଟି ଚାର୍ମିନାର, ଏମ୍ଟି ହୋରିଜନ୍ ଏବଂ ଏମ୍ଟି ରିସ୍କୋ। ସେହିପରି ପଞ୍ଚମ ଟ୍ୟାଙ୍କରଏମ୍ଟି ଦେରିୟାଇରାନର ଖାର୍ଗ ଦ୍ୱୀପରେ ଥିବା କୁହାଯାଇଛି।

ଆକ୍ରମଣ ପୂର୍ବରୁ ଟ୍ୟାଙ୍କରଗୁଡ଼ିକରେ ଥିବା କ୍ରୁ ସଦସ୍ୟମାନଙ୍କୁ ବାହାରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଦାବି ହୋଇଛି। ଏହା ପରେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଟ୍ୟାଙ୍କରଗୁଡ଼ିକ ଅଚଳ ହୋଇଯାଇଥିବା ସେଣ୍ଟକମ୍ ଦାବି କରିଛି।

ସେଣ୍ଟକମ୍ ଆହୁରି ଦାବି କରିଛି ଯେ, ଟାର୍ଗେଟ୍ କରାଯାଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ବଡ଼ ତୈଳ ନେଟୱର୍କର ଅଂଶ। ଏହି ନେଟୱର୍କରୁ ଇରାନ ବିପୁଳ ଆୟ କରୁଥିବା ବେଳେ ସେହି ଅର୍ଥଆଇଆରଜିସି (IRGC) ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକୁସହାୟତା ଯୋଗାଇବାରେ ବ୍ୟବହାର ହେଉଥିବା ଆମେରିକା ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+