ବ୍ରିଟେନରେ ବିମାନ ଚଳାଚଳ ବ୍ୟବସ୍ଥାରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି।ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଦେଶର ବିଭିନ୍ନ ବିମାନବନ୍ଦରରେ ଶତାଧିକ ବିମାନ ବିଳମ୍ବିତ ହେବା ସହ ଅନେକ ଉଡ଼ାଣ ବାତିଲ୍ ହୋଇଛି।
ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ରାଡାର୍୨୪ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ସାରା ବ୍ରିଟେନରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବରେ ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହ ଯାତ୍ରା ଯୋଜନାରେ ବାଧା ସୃଷ୍ଟି ହୋଇଥିଲା।
ନ୍ୟାସନାଲ୍ ଏୟାର ଟ୍ରାଫିକ୍ ସର୍ଭିସେସ୍ (NATS)ପକ୍ଷରୁ କୁହାଯାଇଛି ଯେ ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମ୍ରେ ଏକ ବଡ଼ ଧରଣର ସମସ୍ୟା ଚିହ୍ନଟ ହୋଇଥିଲା। ଏହାର ସମାଧାନ ପାଇଁ ଇଞ୍ଜିନିୟରମାନେ ତୁରନ୍ତ କାମ କରିଥିଲେ।
ଏହି ବିଭ୍ରାଟର ପ୍ରଭାବବ୍ରିଟିଶ ଏୟାରୱେଜ୍, ଇଜିଜେଟ୍, କେଏଲଏମ୍ ଏବଂ ଲୁଫଥାନସାଭଳି ପ୍ରମୁଖ ବିମାନ କମ୍ପାନି ଉପରେ ପଡ଼ିଥିଲା। ଲଣ୍ଡନର ହିଥ୍ରୋ ସମେତ ବ୍ରିଟେନର ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ଉଡ଼ାଣ ବାତିଲ୍ ଓ ବିଳମ୍ବ ହୋଇଥିଲା।
ଉପଲବ୍ଧ ତଥ୍ୟ ଅନୁଯାୟୀ,ହିଥ୍ରୋ ବିମାନବନ୍ଦରରେ ପ୍ରାୟ ୧୦୦ଟି ବିମାନ ବାତିଲ୍ହୋଇଥିବା ବେଳେ ୩୬୭ଟି ଉଡ଼ାଣ ବିଳମ୍ବିତ ହୋଇଥିଲା। ଗାଟୱିକ୍ ବିମାନବନ୍ଦରରେ ପ୍ରାୟ ୨୫୦ଟି ବିମାନ ବିଳମ୍ବିତ ହୋଇଥିବା କୁହାଯାଇଛି। ଏହା ବ୍ୟତୀତ ୟୁକେର ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ଶତାଧିକ ବିମାନ ପ୍ରଭାବିତ ହୋଇଥିଲା।
ଲଣ୍ଡନ ବାହାରେ ଥିବାଏଡିନବର୍ଗ, ଲୁଟନ୍, ବର୍ମିଂହାମ୍, ଆବରଡିନ୍ ଏବଂ ଗ୍ଲାସଗୋବିମାନବନ୍ଦରରେ ମଧ୍ୟ ବିମାନ ବିଳମ୍ବ କିମ୍ବା ବାତିଲ୍ ହୋଇଥିବା ରିପୋର୍ଟ ମିଳିଥିଲା। ଡବଲିନ୍ ବିମାନବନ୍ଦର ମଧ୍ୟ ବ୍ରିଟେନକୁ ଓ ବ୍ରିଟେନରୁ ଯାଉଥିବା ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା କହିଥିଲା।
ଏହି ସମସ୍ୟାର ପ୍ରଭାବ ୟୁରୋପୀୟ ବିମାନ ଚଳାଚଳ ଉପରେ ମଧ୍ୟ ପଡ଼ିଥିଲା। ଇଜିଜେଟ୍ ପକ୍ଷରୁ ବିଭିନ୍ନ ୟୁରୋପୀୟ ରୁଟ୍ରେ ବିମାନ ବିଳମ୍ବ ହେଉଥିବା କୁହାଯାଇଥିଲା।
ବିଭିନ୍ନ ଏୟାରଲାଇନ୍ର ଉଡ଼ାଣ ବାତିଲ୍ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଥିଲା।ବ୍ରିଟିଶ ଏୟାରୱେଜ୍ର ୯୬, ଇଜିଜେଟ୍ର ୯୨, କେଏଲଏମ୍ର ୨୦, ଲୁଫଥାନସାର ୧୨ ଏବଂ ସ୍ୱିସ୍ ଏୟାରଲାଇନ୍ସର ୧୧ଟି ଉଡ଼ାଣବାତିଲ୍ ହୋଇଥିବା ତଥ୍ୟରେ କୁହାଯାଇଛି।
ପରେ NATS ପକ୍ଷରୁ ସିଷ୍ଟମ୍ର ସମସ୍ୟା ସମାଧାନ ହୋଇଥିବା ଘୋଷଣା କରାଯାଇଥିଲା। ଆକାଶପଥ ଖୋଲା ରହିଥିବା ଏବଂ ଅନେକ ବିମାନ ପୁଣି ଚଳାଚଳ କରୁଥିବା ବେଳେ, ବିମାନ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ କିଛି ସମୟ ଲାଗିପାରେ ବୋଲି NATS ସୂଚନା ଦେଇଛି।
ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବ...
ଭାରତରେ ସୁନା ଋଣ ବଜାର ଦ୍ରୁତ ଗତିରେ ବିସ୍ତାର ହେଉଥିବା ବେ...
ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...
ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...
ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...
ସରକାରୀ ସ୍କୁଲରେ ପାଠପଢ଼ାର ମାନ ବଢ଼ାଇବା ସହ ଛାତ୍ରଛାତ୍ରୀ...
ଧନତେରସର ପବିତ୍ର ଅବସରରେ ସୁନା ଓ ରୁପା କିଣିବାକୁ ଗ୍ରାହକଙ...
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...