ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ପକ୍ଷରୁ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ CA Foundation ପରୀକ୍ଷାର ଫଳାଫଳ ନଭେମ୍ବର ୬ ତାରିଖରେ ଘୋଷଣା କରାଯାଇଛି। ପରୀକ୍ଷାର୍ଥୀମାନେ ICAIର ଅଫିସିଆଲ୍ ରେଜଲ୍ଟ ୱେବସାଇଟ୍ caresults.icai.org ରେ ନିଜର ରେଜଲ୍ଟ ଓ ସ୍କୋରକାର୍ଡ ଯାଞ୍ଚ କରିପାରିବେ।
ଦୁଇ ଛାତ୍ରୀ ଯୁଗ୍ମ ଟପ୍ପର
ଏହି ପରୀକ୍ଷାରେ ହରିୟାଣାର ହିସାରର କାନ୍ସିକା ଏବଂ ହାଇଦ୍ରାବାଦର ମହେକ ଗୁପ୍ତା ଯୁଗ୍ମ ଭାବେ ଅଲ୍ ଇଣ୍ଡିଆ ରାଙ୍କ୍-୧ ହାସଲ କରିଛନ୍ତି। ଉଭୟ ୪୦୦ ମାର୍କରୁ ୩୬୧ ନମ୍ବର ରଖି ୯୦.୨୫ ପ୍ରତିଶତ ହାସଲ କରିଛନ୍ତି।
ସେହିପରି ଅଜମେରର ସ୍ପର୍ଶ ଖଣ୍ଡେଲୱାଲ ଏବଂ ଚେନ୍ନାଇର ଜେ. ଜୟନ୍ତ ୩୫୯ ନମ୍ବର ସହ ୮୯.୭୫ ପ୍ରତିଶତ ମାର୍କ ରଖି ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଗ୍ୱାଲିୟରର ବୈଭବୀ ସିଙ୍ଗଲ ୩୫୮ ନମ୍ବର ରଖି ୮୯.୫୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ମୋଟ୍ ପାସ୍ ହାର ୧୮.୯୩ ପ୍ରତିଶତ
ICAI ପକ୍ଷରୁ ଏହି ପରୀକ୍ଷା ଦେଶର ୫୮୦ଟି ପରୀକ୍ଷା କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ମୋଟ୍ ୧,୦୪,୨୪୦ ଜଣ ପରୀକ୍ଷାର୍ଥୀ ଏଥିରେ ସାମିଲ ହୋଇଥିବା ବେଳେ ୧୯,୭୩୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ମୋଟ୍ ପାସ୍ ହାର ୧୮.୯୩ ପ୍ରତିଶତ ରହିଛି।
ଏଥିରେ ୫୩,୩୯୮ ଜଣ ପୁରୁଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦,୯୩୧ ଜଣ ପାସ୍ କରିଛନ୍ତି। ସେହିପରି ୫୦,୮୪୨ ଜଣ ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮,୮୦୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରୁଷଙ୍କ ପାସ୍ ହାର ୨୦.୪୭ ପ୍ରତିଶତ ଥିବା ବେଳେ ମହିଳାଙ୍କ ପାସ୍ ହାର ୧୭.୩୨ ପ୍ରତିଶତ ରହିଛି।
କେମିତି ଚେକ୍ କରିବେ ରେଜଲ୍ଟ?
୧. ପ୍ରଥମେ ICAIର ଅଫିସିଆଲ୍ ୱେବସାଇଟ୍ caresults.icai.org କୁ ଯାଆନ୍ତୁ।
୨. CA Foundation September 2026 Result ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩. ନିଜର ରେଜିଷ୍ଟ୍ରେସନ୍ ନମ୍ବର ଓ ରୋଲ୍ ନମ୍ବର ଦିଅନ୍ତୁ।
୪. ସବମିଟ୍ କରିବା ପରେ ସ୍କ୍ରିନ୍ରେ ଆପଣଙ୍କ ରେଜଲ୍ଟ ଦେଖାଯିବ।
୫. ଭବିଷ୍ୟତର ଆବଶ୍ୟକତା ପାଇଁ ସ୍କୋରକାର୍ଡ ଡାଉନଲୋଡ୍ କରି ରଖନ୍ତୁ।
କେତେ ମାର୍କ ରଖିଲେ ପାସ୍?
CA Foundation ପରୀକ୍ଷାରେ ମୋଟ୍ ୪ଟି ବିଷୟ ରହିଛି। ପ୍ରତ୍ୟେକ ବିଷୟରେ ୧୦୦ ମାର୍କ ଥିବା ବେଳେ ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟେକ ବିଷୟରେ ସର୍ବନିମ୍ନ ୪୦ ମାର୍କ ଏବଂ ମୋଟ୍ ୪୦୦ରୁ ୨୦୦ ମାର୍କ ରଖିବାକୁ ପଡ଼ିବ।
ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ପରବର୍ତ୍ତୀ CA Intermediate ପାଠ୍ୟକ୍ରମରେ ଅଗ୍ରସର ହୋଇପାରିବେ। ଅନ୍ୟପକ୍ଷରେ, ଯେଉଁମାନେ ଏଥର ପାସ୍ କରିପାରିନାହାନ୍ତି, ସେମାନେ ଜାନୁଆରୀ ୨୦୨୭ରେ ହେବାକୁ ଥିବା ପରବର୍ତ୍ତୀ ପରୀକ୍ଷାରେ ଭାଗ ନେଇପାରିବେ। ଏହି ପରୀକ୍ଷା ଜାନୁଆରୀ ୩, ୫, ୭ ଓ ୯ ତାରିଖରେ ଅନୁଷ୍ଠିତ ହେବ।
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ବନ୍ୟାଜଳ ହଟିଯାଇଛି, ହେଲେ ଛାଡ଼ିଯାଇଛି ବିପର୍ଯ୍ୟୟର ଭୟଙ୍କ...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...