ନବରଙ୍ଗପୁର: ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ପରମାଣୁ ଶକ୍ତି ପ୍ରକଳ୍ପକୁ ନେଇ ବିରୋଧ ତୀବ୍ର ହୋଇଛି। ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡ଼ାରେ ପ୍ରସ୍ତାବିତ ଏହି ପ୍ରକଳ୍ପ ବିରୋଧରେ ମଙ୍ଗଳବାର ନବରଙ୍ଗପୁର ସହରରେ ଶତାଧିକ ସ୍ଥାନୀୟ ଲୋକ, ଆଦିବାସୀ ସମୁଦାୟ ଓ ପରିବେଶ କର୍ମୀ ପ୍ରତିବାଦ କରିଛନ୍ତି।
ଜିଲ୍ଲାର ବିଭିନ୍ନ ବ୍ଲକରୁ ଲୋକମାନେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମହିଳାମାନେ ମଧ୍ୟ ଏଥିରେ ଯୋଗ ଦେଇ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ବ୍ୟାନର ଧରି ନାରାବାଜି କରିଥିଲେ।
ପ୍ରତିବାଦକାରୀମାନେ କହିଛନ୍ତି ଯେ, ପ୍ରକଳ୍ପ ହେଲେ ଉର୍ବର ଚାଷଜମି, ଜଙ୍ଗଲ ଓ ସ୍ଥାନୀୟ ଜଳସମ୍ପଦ ପ୍ରଭାବିତ ହୋଇପାରେ। ଏହା ସହିତ ପରମାଣୁ ପ୍ରକଳ୍ପ ସହ ଜଡ଼ିତ ସମ୍ଭାବ୍ୟ ବିପଦ ଓ ସ୍ୱାସ୍ଥ୍ୟ ଉପରେ ଦୀର୍ଘମିଆଦି ପ୍ରଭାବକୁ ନେଇ ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଆଦିବାସୀ ଓ କୃଷକ ସମୁଦାୟଙ୍କ ପାଇଁ ପୈତୃକ ଜମି ଏବଂ ଜୀବିକା ହରାଇବାର ଆଶଙ୍କା ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇଛି। ଜମି ଅଧିଗ୍ରହଣ ହେଲେ ପାରମ୍ପରିକ ଜୀବିକା ପ୍ରଭାବିତ ହେବ ବୋଲି ସ୍ଥାନୀୟ ଲୋକ ଆଶଙ୍କା କରିଛନ୍ତି।
ଅଞ୍ଚଳରେ NTPC ପକ୍ଷରୁ ମାଟି ପରୀକ୍ଷା ଓ ଅନ୍ୟାନ୍ୟ ପ୍ରାରମ୍ଭିକ କାର୍ଯ୍ୟ କରାଯାଉଥିବା ନେଇ ମଧ୍ୟ ସ୍ଥାନୀୟ ନେତାମାନେ ଆପତ୍ତି ଉଠାଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିବା ସହ ସ୍ଥାନୀୟ ଓ ଆଦିବାସୀ ସମୁଦାୟର ସ୍ୱାର୍ଥ ସୁରକ୍ଷିତ କରିବାକୁ ଅନୁରୋଧ କରିଛନ୍ତି।
ପ୍ରତିବାଦକାରୀମାନେ କହିଛନ୍ତି ଯେ ସେମାନେ ବିକାଶର ବିରୋଧୀ ନୁହନ୍ତି। କିନ୍ତୁ ମାଟି, ପାଣି, ପରିବେଶ ଓ ଲୋକଙ୍କ ଜୀବନକୁ ବିପଦରେ ପକାଇ ବିକାଶ ଚାହୁଁନାହାନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ସମଗ୍ର ଜିଲ୍ଲାରେ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ କହିଛନ୍ତି ଯେ, କମ୍ ଖର୍ଚ୍ଚରେ ଅଧିକ ବିଦ୍ୟୁତ୍ ଉତ୍ପାଦନ ଉଦ୍ଦେଶ୍ୟରେ ତେନ୍ତୁଳିଖୁଣ୍ଟି ସମେତ ବିଭିନ୍ନ ସ୍ଥାନରେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନେଇ ଯୋଜନା ରହିଛି। ତେବେ ପୂଜାରୀଗୁଡ଼ା ପ୍ରକଳ୍ପକୁ ଏପର୍ଯ୍ୟନ୍ତ ସରକାରୀ ଭାବେ ଅନୁମୋଦନ ମିଳିନାହିଁ।
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...