NEET-UG 2026 ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ବଡ଼ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ଥିତ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ଦାଖଲ କରାଯାଇଛି।
ଚାର୍ଜସିଟ୍ ସହ ସମ୍ପୂର୍ଣ୍ଣ ଦସ୍ତାବେଜ, ସାକ୍ଷ୍ୟ ତାଲିକା ଓ ଅନ୍ୟାନ୍ୟ ରେକର୍ଡ ସ୍କାନିଂ କାର୍ଯ୍ୟ ଚାଲିଥିବାରୁ ସିବିଆଇ ଅଧିକ ସମୟ ମାଗିଥିଲା। ଏହାକୁ ବିଚାର କରି ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଅନୁ ଗ୍ରୋଭର ବାଲିଗା ସିବିଆଇକୁ ୩ ଦିନର ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି।
ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ପାଇଁ ଧାର୍ଯ୍ୟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଚାର୍ଜସିଟ୍ ସହ ସାକ୍ଷୀଙ୍କ ବୟାନ ଓ ଦସ୍ତାବେଜର ସମ୍ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ।
CBI ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ—
ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ଏହି ଚାର୍ଜସିଟ୍ରେ ୩୬୦ ଜଣ ସାକ୍ଷୀ, ୪୨୨ଟି ଦସ୍ତାବେଜ ଏବଂ ୪୩ଟି ଭୌତିକ ପ୍ରମାଣ ସାମିଲ ରହିଛି। ବର୍ତ୍ତମାନ ସମସ୍ତ ୧୩ ଅଭିଯୁକ୍ତ ନ୍ୟାୟିକ ହିରାସତରେ ଅଛନ୍ତି।
CBI ସୂଚନା ଅନୁଯାୟୀ, ୧୨ ମେ ୨୦୨୬ରେ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ NEET-UG 2026 ପରୀକ୍ଷାରେ ପେପର ଲିକ୍ ଓ ଅନିୟମିତତା ନେଇ ଲିଖିତ ଅଭିଯୋଗ କରିଥିଲା। ସେହିଦିନ CBI ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପାଇଁ ୭୨ ଜଣ ଅଧିକାରୀ ଓ ୮ ଜଣ ସାଇବର ଫରେନସିକ୍ ବିଶେଷଜ୍ଞଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଥିଲା। ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ୯୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
ତଦନ୍ତ ସମୟରେ NTAର କେମିଷ୍ଟ୍ରି, ବାୟୋଲୋଜି ଓ ଫିଜିକ୍ସ ବିଷୟର ୩ ଜଣ ବିଶେଷଜ୍ଞ, ଏକାଧିକ ଦଲାଲ ଏବଂ କୋଚିଂ ସଂସ୍ଥା ସହ ଜଡ଼ିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
CBI ଅର୍ଥ କାରବାରର ମଧ୍ୟ ଯାଞ୍ଚ କରି ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଖାତା, ବ୍ୟାଙ୍କ ଲକର ଓ ଡିମାଟ୍ ଆକାଉଣ୍ଟକୁ ଫ୍ରିଜ୍ କରିଥିବା ସୂଚନା ଦେଇଛି।
କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେ...
‘India’s biggest rebel soldier’...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କ...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଆମେରିକାରେ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରା...
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ପୁଣିଥରେ ଚର୍ଚ୍ଚାର କ...
ହ୍ୱାଇଟ୍ ହାଉସ୍‌କୁ ନେଇ ଟ୍ରମ୍ପଙ୍କୁ ଓବାମାଙ୍କ କଟାକ...