CBI files a 20,000-page charge sheet in the NEET UG 2026 paper leak case against 13 accused.

NEET-UG ପେପର ଲିକ୍ ମାମଲାରେ CBIର ବଡ଼ ପଦକ୍ଷେପ! ୨୦ ହଜାର ପୃଷ୍ଠାର ଚାର୍ଜସିଟ୍‌, ଦସ୍ତାବେଜ ଦାଖଲ ପାଇଁ ୩ ଦିନ ସମୟ

NEET-UG 2026 ପେପର ଲିକ୍ ମାମଲାରେ CBI ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ରାଉଜ୍ ଆଭେନ୍ୟୁ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟ CBIକୁ ସମସ୍ତ ସମ୍ବନ୍ଧିତ ଦସ୍ତାବେଜ ଓ ଆନେକ୍ସର ଦାଖଲ କରିବା ପାଇଁ ୩ ଦିନର ସମୟ ଦେଇଛନ୍ତି।

NEET-UG 2026 ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ବଡ଼ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ଥିତ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ଦାଖଲ କରାଯାଇଛି।

ଚାର୍ଜସିଟ୍ ସହ ସମ୍ପୂର୍ଣ୍ଣ ଦସ୍ତାବେଜ, ସାକ୍ଷ୍ୟ ତାଲିକା ଓ ଅନ୍ୟାନ୍ୟ ରେକର୍ଡ ସ୍କାନିଂ କାର୍ଯ୍ୟ ଚାଲିଥିବାରୁ ସିବିଆଇ ଅଧିକ ସମୟ ମାଗିଥିଲା। ଏହାକୁ ବିଚାର କରି ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଅନୁ ଗ୍ରୋଭର ବାଲିଗା ସିବିଆଇକୁ ୩ ଦିନର ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି।

ଅଗଷ୍ଟ ୩ରେ ପରବର୍ତ୍ତୀ ଶୁଣାଣି

ଅଦାଲତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ପାଇଁ ଧାର୍ଯ୍ୟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଚାର୍ଜସିଟ୍ ସହ ସାକ୍ଷୀଙ୍କ ବୟାନ ଓ ଦସ୍ତାବେଜର ସମ୍ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ।

୧୩ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ

CBI ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ—

  • ଅପରାଧିକ ଷଡଯନ୍ତ୍ର
  • ଠକେଇ
  • ବିଶ୍ୱାସଘାତ
  • ପ୍ରମାଣ ନଷ୍ଟ କରିବା
  • ଦୁର୍ନୀତି ନିବାରଣ ଆଇନ ଅନ୍ତର୍ଗତ ଅପରାଧ
  • ପବ୍ଲିକ୍ ଏକ୍ସାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪

ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ଏହି ଚାର୍ଜସିଟ୍‌ରେ ୩୬୦ ଜଣ ସାକ୍ଷୀ, ୪୨୨ଟି ଦସ୍ତାବେଜ ଏବଂ ୪୩ଟି ଭୌତିକ ପ୍ରମାଣ ସାମିଲ ରହିଛି। ବର୍ତ୍ତମାନ ସମସ୍ତ ୧୩ ଅଭିଯୁକ୍ତ ନ୍ୟାୟିକ ହିରାସତରେ ଅଛନ୍ତି।

ଦେଶବ୍ୟାପୀ ଚଢ଼ାଉ ଓ ତଦନ୍ତ

CBI ସୂଚନା ଅନୁଯାୟୀ, ୧୨ ମେ ୨୦୨୬ରେ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ NEET-UG 2026 ପରୀକ୍ଷାରେ ପେପର ଲିକ୍ ଓ ଅନିୟମିତତା ନେଇ ଲିଖିତ ଅଭିଯୋଗ କରିଥିଲା। ସେହିଦିନ CBI ଏଫ୍‌ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପାଇଁ ୭୨ ଜଣ ଅଧିକାରୀ ଓ ୮ ଜଣ ସାଇବର ଫରେନସିକ୍ ବିଶେଷଜ୍ଞଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଥିଲା। ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ୯୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

NTA ବିଶେଷଜ୍ଞଙ୍କ ସମେତ ୧୩ ଗିରଫ

ତଦନ୍ତ ସମୟରେ NTAର କେମିଷ୍ଟ୍ରି, ବାୟୋଲୋଜି ଓ ଫିଜିକ୍ସ ବିଷୟର ୩ ଜଣ ବିଶେଷଜ୍ଞ, ଏକାଧିକ ଦଲାଲ ଏବଂ କୋଚିଂ ସଂସ୍ଥା ସହ ଜଡ଼ିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

CBI ଅର୍ଥ କାରବାରର ମଧ୍ୟ ଯାଞ୍ଚ କରି ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଖାତା, ବ୍ୟାଙ୍କ ଲକର ଓ ଡିମାଟ୍ ଆକାଉଣ୍ଟକୁ ଫ୍ରିଜ୍ କରିଥିବା ସୂଚନା ଦେଇଛି।

Latest News
୭.୧ ତୀବ୍ରତାର ଭୂମିକମ୍ପରେ ଥରିଲା ଜାପାନ, ସୁନାମି ଆଲର୍ଟ; ସତର୍କତାରେ କର୍ତ୍ତୃପକ୍ଷ

୭.୧ ତୀବ୍ରତାର ଭୂମିକମ୍ପରେ ଥରିଲା ଜାପାନ, ସୁନାମି...

ଟୋକିଓ: ଜାପାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହ...

ସୂର୍ଯ୍ୟ ଶକ୍ତି କ୍ଷେତ୍ରରେ NIT ରାଉରକେଲାର ବଡ଼ ସଫଳତା: ସୌର ପ୍ୟାନେଲ୍‌ର ନିରୀକ୍ଷଣ ଓ ସଫା ପାଇଁ AI ଆଧାରିତ ସ୍ୱୟଂଚାଳିତ ପ୍ରଣାଳୀ ଉନ୍ନତ

ସୂର୍ଯ୍ୟ ଶକ୍ତି କ୍ଷେତ୍ରରେ NIT ରାଉରକେଲାର ବଡ଼...

ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲାର ଗବେ...

୨୦୨୭ ବିଶ୍ୱକପ୍‌ରେ ବୈଭବଙ୍କୁ ସୁଯୋଗ ମିଳିବା ଉଚିତ! ଫାରୁଖ ଇଞ୍ଜିନିୟରଙ୍କ ବଡ଼ ପରାମର୍ଶ

୨୦୨୭ ବିଶ୍ୱକପ୍‌ରେ ବୈଭବଙ୍କୁ ସୁଯୋଗ ମିଳିବା ଉଚିତ!...

ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ...

ନେତାନ୍ୟାହୁଙ୍କ ଅଭିଯୋଗକୁ ଖାରଜ କଲେ ଜୋହରାନ ମାମଦାନି, କହିଲେ– ବିବାଦରେ ପଶିବିନି

ନେତାନ୍ୟାହୁଙ୍କ ଅଭିଯୋଗକୁ ଖାରଜ କଲେ ଜୋହରାନ ମାମଦାନି,...

ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ ନୀତିର ସମାଲୋଚନା କ...

ଓଡ଼ିଶା କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଷ୍ଟକ୍ ମାର୍କେଟ୍ ଓ ମ୍ୟୁଚୁଆଲ ଫଣ୍ଡ ତାଲିମ, ସରକାରଙ୍କ ନୂଆ ପଦକ୍ଷେପ

ଓଡ଼ିଶା କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଷ୍ଟକ୍...

ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ଦକ୍ଷ କରିବା ସହ ଉତ୍...

ପୁରୀରେ ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟରେ ଝିଟିପିଟି ପଡ଼ିଥିବା ସନ୍ଦେହ

ପୁରୀରେ ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ...

ପୁରୀ ଜିଲ୍ଲାର ଡେଲାଙ୍ଗା ବ୍ଲକ୍ ଅନ୍ତର୍ଗତ ଆରାଗଡ଼ା ନୋଡାଲ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଜୟଙ୍କ କମାଲ: ଗେମ୍ସ ରେକର୍ଡ ସହ ରୌପ୍ୟ ପଦକ, ବାପାଙ୍କ ପଦଚିହ୍ନରେ ପୁଅ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଜୟଙ୍କ କମାଲ: ଗେମ୍ସ ରେକର୍ଡ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳକ ଭାଲୁରି ଅଜୟ...

NIT ରାଉରକେଲାର ଆଉ ଏକ ବଡ଼ ସଫଳତା; ସ୍ୱାସ୍ଥ୍ୟସେବା ପାଇଁ ପ୍ଲାଷ୍ଟିକର ବିକଳ୍ପ ବାୟୋଡିଗ୍ରେଡେବଲ୍ ଫିଲ୍ମ ବିକଶିତ

NIT ରାଉରକେଲାର ଆଉ ଏକ ବଡ଼ ସଫଳତା;...

ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲାର ଗବେ...

ହର୍ମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା! ୩ ତୈଳ ଟ୍ୟାଙ୍କର ଜବତ ଦାବି, ବିଶ୍ୱ ତୈଳ ବଜାରରେ ବଢ଼ିଲା ଚିନ୍ତା

ହର୍ମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା! ୩ ତୈଳ...

ପଶ୍ଚିମ ଏସିଆରେ ଯୁଦ୍ଧ ଓ କୂଟନୈତିକ ଟଣାଓଟରା ମଧ୍ୟରେ ପରିସ...

ଅଭିଷେକ ଶର୍ମାଙ୍କ ଉପରେ ବଢ଼ିଲା ଚାପ! ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି, ଶ୍ରୀକାନ୍ତଙ୍କ ବଡ଼ ବୟାନ

ଅଭିଷେକ ଶର୍ମାଙ୍କ ଉପରେ ବଢ଼ିଲା ଚାପ! ଟି-୨୦...

ଭାରତୀୟ ଟି-୨୦ ଦଳର ଯୁବ ଓପନର ଅଭିଷେକ ଶର୍ମା ଏବେ ନିଜ ଖରା...

ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ ବଢ଼ିଲା! ତେହେରାନ ନିର୍ଦ୍ଧାରିତ ମାର୍ଗରେ ଚାଲୁଛି ବିଦେଶୀ ଜାହାଜ

ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ ବଢ଼ିଲା! ତେହେରାନ...

ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ କ୍ରମଶଃ ବଢ଼ୁଥିବା ନେଇ...

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ, ଗିଲଙ୍କ ହାତରେ ଅଧିନାୟକତ୍ୱ

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ...

ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+