କୋଟିଆରେ ଆନ୍ଧ୍ର ପ୍ରତିନିଧିଙ୍କୁ ଅଟକାଇଲା ଓଡ଼ିଶା ପ୍ରଶାସନ, ସୋଲାର ସାମଗ୍ରୀ ବଣ୍ଟନ ଯୋଜନା ବନ୍ଦ

କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳର ଉପର ସେମ୍ବି ଗାଁରେ ମାଗଣା ସୋଲାର ସାମଗ୍ରୀ ବଣ୍ଟନ କରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ପ୍ରତିନିଧିମାନଙ୍କୁ ଓଡ଼ିଶା ପ୍ରଶାସନ ଓ ପୋଲିସ ଅଟକାଇଛନ୍ତି।
Odisha Officials Stop Andhra Team From Distributing Solar Equipment in Kotia.
Odisha Officials Stop Andhra Team From Distributing Solar Equipment in Kotia.

କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ସୋଲାର ସାମଗ୍ରୀ ବଣ୍ଟନ ଉଦ୍ୟମକୁ ଓଡ଼ିଶା ପ୍ରଶାସନ ଓ ପୋଲିସ ରୋକିଛନ୍ତି। ଶନିବାର ପ୍ରାୟ ଅପରାହ୍ନ ୨ଟା ସମୟରେ ଆନ୍ଧ୍ରପ୍ରଦେଶର କିଛି କର୍ମଚାରୀ ଓ ପ୍ରତିନିଧି ଏକ ବଡ଼ ଟ୍ରକ୍‌ରେ ସୋଲାର ସାମଗ୍ରୀ ନେଇ କୋଟିଆର ଉପର ସେମ୍ବି ଗାଁରେ ପହଞ୍ଚିଥିଲେ।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାଗଣାରେ ସୋଲାର ସାମଗ୍ରୀ ବଣ୍ଟନ କରିବାକୁ ସେମାନଙ୍କର ଯୋଜନା ଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶାର ରାଜସ୍ୱ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ କୋଟିଆ ପୋଲିସର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ଓଡ଼ିଶା ପ୍ରଶାସନ ଓ ପୋଲିସ ଏହି ସୋଲାର ସାମଗ୍ରୀ ବଣ୍ଟନକୁ ଦୃଢ଼ ଭାବେ ବିରୋଧ କରିବା ସହ ବିନା ଅନୁମତିରେ ଏଭଳି କାର୍ଯ୍ୟକଳାପ ନକରିବାକୁ ଆନ୍ଧ୍ର ପ୍ରତିନିଧିମାନଙ୍କୁ ସତର୍କ କରିଥିଲେ।

ସାମଗ୍ରୀ ନେଇ ଫେରିଲେ ଆନ୍ଧ୍ର ପ୍ରତିନିଧି

ଓଡ଼ିଶା ଅଧିକାରୀମାନଙ୍କ ହସ୍ତକ୍ଷେପ ଓ ଚେତାବନୀ ପରେ ଆନ୍ଧ୍ରପ୍ରଦେଶର ପ୍ରତିନିଧିମାନେ ସୋଲାର ସାମଗ୍ରୀ ଭର୍ତ୍ତି ଟ୍ରକ୍‌ ସହ ଗାଁରୁ ଫେରିଯାଇଥିଲେ। ଫଳରେ ପ୍ରସ୍ତାବିତ ସୋଲାର ସାମଗ୍ରୀ ବଣ୍ଟନ ହୋଇପାରିନଥିଲା।

କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଥିବା ବେଳେ ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ପ୍ରଶାସନିକ ସତର୍କତା ଆହୁରି ବଢ଼ିଛି।

ଓଡ଼ିଶା ପ୍ରଶାସନ ପକ୍ଷରୁ କୋଟିଆ ଅଞ୍ଚଳରେ ଘଟୁଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି।

LIVE TV
LIVE
Latest News
ଗମ୍ଭୀରଙ୍କ ବିଶ୍ୱାସ, ତିଳକଙ୍କ ତୂଫାନୀ ଇନିଂସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

ଗମ୍ଭୀରଙ୍କ ବିଶ୍ୱାସ, ତିଳକଙ୍କ ତୂଫାନୀ ଇନିଂସ: ନ୍ୟୁଜିଲାଣ୍ଡ...

କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...

Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI ପ୍ରଶଂସକଙ୍କୁ ପୋଲାର୍ଡଙ୍କ ବଡ଼ ବାର୍ତ୍ତା

Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI...

Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦ ନୂଆ PG ସିଟ୍‌କୁ କେନ୍ଦ୍ରର ମଞ୍ଜୁରୀ

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦...

​​​​​​​​​​​​ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...

ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ ବଜେଟ୍ ୩୦ ଲକ୍ଷରୁ କମ୍

ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ...

ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ, FIFA ସଭାପତି ଭାବେ ଚତୁର୍ଥ ଥର ପାଇଁ ଲଢ଼ିବେ

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ,...

FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ ପ୍ରଶ୍ନ ନୁହେଁ, ସଠିକ୍ ପ୍ରଶ୍ନ ବାଛିବା ହିଁ ସଫଳତାର ଚାବି

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ...

CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ ବର୍ମା, ନ୍ୟୁଜିଲାଣ୍ଡ ବିପକ୍ଷରେ ଧମାକାଦାର ଅର୍ଦ୍ଧଶତକ

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ...

କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ ବର୍ଷା, ୧୦ ଜିଲ୍ଲାକୁ Yellow Warning

ଓଡ଼ିଶାରେ ପୁଣି ବଦଳିବ ପାଗ: ଅକ୍ଟୋବର ୨୬ରୁ...

୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+