ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ଆଶଙ୍କା ବଢ଼ିଛି। ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଅବପାତ ଆଗକୁ ଅଧିକ ଶକ୍ତିଶାଳୀ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
IMDର ସଦ୍ୟତମ ଆକଳନ ଅନୁସାରେ, ଏହି ପ୍ରଣାଳୀ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହୋଇପାରେ। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ଅକ୍ଟୋବର ସକାଳ ସୁଦ୍ଧା ଘୂର୍ଣ୍ଣିଝଡ଼ ଏବଂ ୨୭ ଅକ୍ଟୋବର ସକାଳ ସୁଦ୍ଧା ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ।
ପରବର୍ତ୍ତୀ ସମୟରେ ପ୍ରଣାଳୀଟି ଆହୁରି ଶକ୍ତିଶାଳୀ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ଆକଳନ କରାଯାଇଛି। ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ, ୨୮ ଅକ୍ଟୋବର ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ୟାନାମ ଉପକୂଳ ଅତିକ୍ରମ କରିପାରେ। ସେତେବେଳେ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି୧୧୫ରୁ
୧୨୫ କିଲୋମିଟରଏବଂ ଝଟକା ପବନର ବେଗ୧୪୦ କିଲୋମିଟରପର୍ଯ୍ୟନ୍ତ ରହିପାରେ।
ଏହି ପ୍ରଣାଳୀର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପାଗରେ ବଡ଼ ପରିବର୍ତ୍ତନ ଆସିବ। IMDର ଓଡ଼ିଶା ସବ୍-ଡିଭିଜନ୍ ଚେତାବନୀ ଅନୁସାରେ,୨୭ ଅକ୍ଟୋବରରେ ଅତି ପ୍ରବଳ ବର୍ଷା, ୨୮ ଅକ୍ଟୋବରରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ୨୯ ଅକ୍ଟୋବରରେ ପୁଣି ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହ ବଜ୍ରପାତ ଓ ଝଡ଼ ପବନର ଆଶଙ୍କା ମଧ୍ୟ ରହିଛି।ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ରେ ଅଧିକ ସ୍ପଷ୍ଟତା ମିଳିବ। ତେଣୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ପାଣିପାଗ ବିଭାଗ ଓ ପ୍ରଶାସନର ସରକାରୀ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।
ଭାଇରାଲ ଅଡିଓରେ କ’ଣ ଦାବି? ମନୋଜ ଜରାଙ୍ଗେ ପାଟି...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
ମେଣ୍ଟ ଉପରେ ଅନ୍ତିମ ନିଷ୍ପତ୍ତି ହାଇକମାଣ୍ଡର SAD ସହ ପ...
Tata Sonsକୁ ନେଇ କାହିଁକି ଚର୍ଚ୍ଚା? Tata Sons ହେଉଛ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରସ୍ତାବିତ କଂଗ...