ପଶ୍ଚିମବଙ୍ଗରେ **Special Intensive Revision (SIR)**କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ମାମଲା। ମୁର୍ଶିଦାବାଦର ୨୨ ବର୍ଷୀୟ ଅବଦୁଲ ହମିଦ୍ ଶେଖ୍ ପଶ୍ଚିମବଙ୍ଗ ପୋଲିସ୍ର କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ସଫଳ ହୋଇଥିଲେ। କିନ୍ତୁ SIR ପ୍ରକ୍ରିୟାରେ ତାଙ୍କ ମା’ ଆତର ବାନ୍ ବିବିଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିବା ପରେ ଅବଦୁଲଙ୍କ ପୋଲିସ୍ ଭେରିଫିକେସନ୍ ଅଟକିଥିଲା।
ମାମଲାର ଶୁଣାଣି କରିକଲକାତା ହାଇକୋର୍ଟର ଜଷ୍ଟିସ୍ କୃଷ୍ଣ ରାଓକହିଥିଲେ ଯେ, ଅବଦୁଲଙ୍କ ନାଁ ନିଜେ ଭୋଟର ତାଲିକାରେ ରହିଛି ଏବଂ ସେ ଭୋଟ ମଧ୍ୟ ଦେଇଛନ୍ତି। ତେଣୁ କେବଳ ତାଙ୍କ ମା’ଙ୍କ ନାଁ ଭୋଟର ତାଲିକାରୁ କଟିଥିବା କାରଣରୁ ତାଙ୍କ ପୋଲିସ୍ ଭେରିଫିକେସନ୍ ଅଟକାଇବାର କୌଣସି ଯଥାର୍ଥ କାରଣ ନାହିଁ।
କୋର୍ଟଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଅବଦୁଲଙ୍କ ପୋଲିସ୍ ଭେରିଫିକେସନ୍ ସମ୍ପୂର୍ଣ୍ଣ କରିବାକୁନିର୍ଦ୍ଦେଶ ଦେଇଛନ୍ତି।
ତେବେ ନିର୍ବାଚନ ଆୟୋଗ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ଅବଦୁଲ ଜୁଲାଇ ୧, ୧୯୮୭ ପରେ ଜନ୍ମ ହୋଇଥିବାରୁ ନାଗରିକତା ଯାଞ୍ଚ ସମୟରେ ଉଭୟ ପିତାମାତାଙ୍କ ସମ୍ପର୍କିତ ଯାଞ୍ଚ ଆବଶ୍ୟକ ହୋଇପାରେ। ତଥାପି, ମା’ଙ୍କ ଭୋଟର ତାଲିକାରୁ ନାଁ ବାଦ ପଡ଼ିଥିବା ମାତ୍ର କାରଣରୁ ପୁଅର ଚାକିରି ସମ୍ପର୍କିତ ଭେରିଫିକେସନ୍ ଅଟକାଇବା ଠିକ୍ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ୱର: ମହାଙ୍ଗା ଡବଲ୍ ମର୍ଡର ମାମଲାକୁ ନେଇ ବିଜେଡି ନ...
ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ଫଣ୍ଡା। ଏବେ ଡାକ୍ତରଙ୍କ ନା...
ନୂଆଦିଲ୍ଲୀ:Robotics ଓ Artificial Intelligence କ୍ଷେତ...
ସାନ୍ ଫ୍ରାନ୍ସିସ୍କୋ ଭିତ୍ତିକ AI କମ୍ପାନୀ Anthropic ଗବେ...
IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI ଓ ବି...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଟକ ଜଗତପୁର ମହ...
ଭଦ୍ରକ: ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ପରେ ଟଙ...
ନୂଆଦିଲ୍ଲୀ:ବେଙ୍ଗାଲୁରୁରୁ NASA ପର୍ଯ୍ୟନ୍ତ ଜଣେ ଭାରତୀୟ ମ...