ନୂଆଦିଲ୍ଲୀ:Robotics ଓ Artificial Intelligence କ୍ଷେତ୍ରରେ କ୍ୟାରିୟର କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ ଆଣିଛି IIT ଦିଲ୍ଲୀ। ଭାରତୀୟ ପ୍ରଯୁକ୍ତିବିଦ୍ୟାନ ସଂସ୍ଥାନ (IIT) ଦିଲ୍ଲୀର Continuing Education Programme (CEP) ଅଧୀନରେExecutive Programme in Roboticsର ଚତୁର୍ଥ ବ୍ୟାଚ୍ ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି।
ଏହି କୋର୍ସର ଅବଧି୫ ମାସ। ଅନଲାଇନ୍ ମାଧ୍ୟମରେ ହେବାକୁ ଥିବା ଏହି ପ୍ରୋଗ୍ରାମ୍ରେ Robotics, Artificial Intelligence (AI), Machine Learning ଓ Robot Control ସମ୍ପର୍କିତ ଥିଓରୀ ସହିତ ପ୍ରାକ୍ଟିକାଲ୍ ଟ୍ରେନିଂ ଦିଆଯିବ।
ପ୍ରୋଗ୍ରାମ୍ଟି୩୦ ଜାନୁଆରୀ ୨୦୨୭ରୁ ଆରମ୍ଭ ହୋଇ ୨୬ ଜୁନ୍ ୨୦୨୭ପର୍ଯ୍ୟନ୍ତ ଚାଲିବ।
ଆହୁରି ପଢନ୍ତୁ: Anthropicର ୪ ମାସିଆ Fellowship, ମିଳିବ ୧.୩୯ କୋଟି ଟଙ୍କା ପର୍ଯ୍ୟନ୍ତ; ଅକ୍ଟୋବର ୨୮ ଆବେଦନର ଶେଷ ତାରିଖ
ଯେଉଁ ପ୍ରାର୍ଥୀମାନେ Graduation ସମ୍ପୂର୍ଣ୍ଣ କରିଛନ୍ତି ଏବଂ ଅତିକମ୍ରେ୫୦ ପ୍ରତିଶତ ମାର୍କରଖିଛନ୍ତି, ସେମାନେ ଏହି ପ୍ରୋଗ୍ରାମ୍ ପାଇଁ ଆବେଦନ କରିପାରିବେ।
ଚାକିରି କିମ୍ବା ଅନ୍ୟାନ୍ୟ କାମ ସହିତ ପ୍ରୋଗ୍ରାମ୍ଟି କରିବା ପାଇଁ ସୁବିଧା ଦିଆଯାଇଛି। ଅନଲାଇନ୍ କ୍ଲାସ୍ଶନିବାର ଏବଂ ବିକଳ୍ପ ରବିବାର, ସକାଳ୧୦ଟାରୁ ଦିନ ୨ଟା ୩୦ ପର୍ଯ୍ୟନ୍ତଅନୁଷ୍ଠିତ ହେବ।
ଏହି ପ୍ରୋଗ୍ରାମ୍ରେ Roboticsର ମୌଳିକ ଧାରଣାଠାରୁ ଆରମ୍ଭ କରି Automation, AI ଓ Machine Learningର robotic systemsରେ ବ୍ୟବହାର ବିଷୟରେ ଶିକ୍ଷା ଦିଆଯିବ।
ଏହା ବ୍ୟତୀତ ପ୍ରାର୍ଥୀମାନେ—
ଭଳି ବିଷୟରେ ଶିକ୍ଷା ଓ ପ୍ରଶିକ୍ଷଣ ପାଇବେ।
ପ୍ରୋଗ୍ରାମ୍ଟିକୁ practice-oriented ରଖାଯାଇଛି। ମୋଟ ଶିକ୍ଷାର ପ୍ରାୟ୪୦ ପ୍ରତିଶତ ଥିଓରୀ ଏବଂ ୬୦ ପ୍ରତିଶତ ପ୍ରାକ୍ଟିକାଲ୍ ଟ୍ରେନିଂରହିବ। ଏହା ସହିତ ପ୍ରାର୍ଥୀମାନେ ଏକକାର୍ଯ୍ୟକ୍ଷମ Robot ତିଆରି କରିବାର ସୁଯୋଗମଧ୍ୟ ପାଇବେ।
ଏହି ପ୍ରୋଗ୍ରାମ୍ର ମୋଟ ଫି୧,୬୯,୦୦୦ ଟଙ୍କା। ଏହା ସହିତ୧୮ ପ୍ରତିଶତ GSTଅତିରିକ୍ତ ଭାବେ ଦେବାକୁ ପଡ଼ିବ।
ଆବେଦନ କରିବା ସମୟରେ୧,୦୦୦ ଟଙ୍କାର non-refundable application feeମଧ୍ୟ ଦେବାକୁ ପଡ଼ିବ।
ଆହୁରି ପଢନ୍ତୁ: ବେଙ୍ଗାଲୁରୁର ଝିଅଙ୍କୁ ବଡ଼ ଦାୟିତ୍ୱ: NASAର ୨୦ ମିଲିୟନ୍ ଡଲାର ମିଶନ୍ର ନେତୃତ୍ୱ ନେବେ ଖଗୋଳ ବିଜ୍ଞାନୀ ରମ୍ୟା ଅଞ୍ଚେ
ଏହି Robotics Programme ପାଇଁ ଆବେଦନର ଶେଷ ତାରିଖ୧୮ ଅକ୍ଟୋବର ୨୦୨୬।
ଆଗ୍ରହୀ ପ୍ରାର୍ଥୀମାନେ IIT ଦିଲ୍ଲୀର Continuing Education Programmeର ଅଧିକାରିକ ୱେବସାଇଟ୍କୁ ଯାଇ ଯୋଗ୍ୟତା, କୋର୍ସର ସମ୍ପୂର୍ଣ୍ଣ ବିବରଣୀ ଓ ଆବେଦନ ପ୍ରକ୍ରିୟା ଯାଞ୍ଚ କରିପାରିବେ।
ଦୁର୍ଗାପୂଜାର ଆଗମନ ସହ ମୁମ୍ବାଇରେ ମଧ୍ୟ ଉତ୍ସବର ରଙ୍ଗ ଗାଢ...
ଦଶହରା ଅବସରରେ ଅକ୍ଟୋବର ୧୬ରେ ସିନେମାଘରକୁ ଆସିଛି ୟାମି ଗୌ...
‘Prahaar’ Review: ରାଜକୁମାର ରାଓଙ୍କ ଦମଦା...
ଜାପାନର ଆଇଚି-ନାଗୋୟାରେ ଅକ୍ଟୋବର ୧୮ରୁ ୨୪ ପର୍ଯ୍ୟନ୍ତ ହେବ...
ଭିନୁ ମାଙ୍କଡ ଟ୍ରଫିରେ ଆର୍ୟବୀର ସେହୱାଗଙ୍କ ବ୍ୟାଟ୍‌...
‘Leave India’ ନୋଟିସ୍ ମଧ୍ୟରେ Lekha Wash...
ନାଗୋୟାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ା ୨୦୨୬ରେ ଭାରତୀୟ...
ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ଜିମ୍ବାୱେ ବିପକ୍ଷରେ ୩ ମ...