ଭିନୁ ମାଙ୍କଡ ଟ୍ରଫିରେ ଆର୍ୟବୀର ସେହୱାଗଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ବଡ଼ ପାରି। ଦିଲ୍ଲୀ U-19ର ଅଧିନାୟକ ଆର୍ୟବୀର ଚଣ୍ଡିଗଡ଼ U-19 ବିପକ୍ଷରେ ୧୪୩ ବଲ୍ ଖେଳି ୧୭୩ ରନ୍ କରିଛନ୍ତି। ତାଙ୍କ ଇନିଂସରେ ୧୯ଟି ଚୌକା ଓ ୮ଟି ଛକା ରହିଛି। ଏହି ଦମଦାର ପାରି ବଳରେ ଦିଲ୍ଲୀ ୫୦ ଓଭରରେ ୬ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା।
ଆର୍ୟବୀର ଓ ଅର୍ଣ୍ଣବ ବୁଗ୍ଗା ଦିଲ୍ଲୀ ପାଇଁ ଭଲ ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୮ ରନ୍ ଯୋଡ଼ିଥିଲେ। ଅର୍ଣ୍ଣବ ୪୭ ରନ୍ କରି ଆଉଟ୍ ହେବା ପରେ ମଧ୍ୟ ଆର୍ୟବୀର ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ୪୬ତମ ଓଭରରେ ୧୭୩ ରନ୍ କରି ସେ ଆଉଟ୍ ହୋଇଥିଲେ।
୧୮ ବର୍ଷୀୟ ଆର୍ୟବୀର ଏବେ ଦିଲ୍ଲୀ U-19 ଦଳର ନେତୃତ୍ୱ ନେଉଛନ୍ତି। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ U-19 ପାଇଁ ଯୁବ ODI ସିରିଜ୍ରେ ଡେବ୍ୟୁ କରି ତିନିଟି ଇନିଂସରେ ୧୦୯ ରନ୍ କରିଥିଲେ। ଚଣ୍ଡିଗଡ଼ ବିପକ୍ଷର ଏହି ୧୭୩ ରନ୍ର ପାରି ତାଙ୍କ ଯୁବ କ୍ରିକେଟ୍ କ୍ୟାରିୟରରେ ଆଉ ଏକ ବଡ଼ ମାଇଲ୍ଷ୍ଟୋନ୍ ହୋଇଛି।
ସ୍ତନ କ୍ୟାନସର ଚିକିତ୍ସା ପାଇଁ ନୂଆ ଉପାୟ ଖୋଜୁଥିବା ବୈଜ୍ଞ...
ଭାରତୀୟ କ୍ରିକେଟର ତଥା ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚ...
ବାୟୁ ପ୍ରଦୂଷଣକୁ ସାଧାରଣତଃ କାଶ, ଶ୍ୱାସକଷ୍ଟ କିମ୍ବା ଆସ୍ଥ...
IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI ଓ ବି...
ସାନ୍ ଫ୍ରାନ୍ସିସ୍କୋ ଭିତ୍ତିକ AI କମ୍ପାନୀ Anthropic ଗବେ...
ଓଡ଼ିଶାର ୧୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଭୟ! ଜାରି ହେଲା...
ପିଠି ଯନ୍ତ୍ରଣା ସବୁବେଳେ କୌଣସି ଗୁରୁତର ରୋଗର କାରଣରୁ ହୁଏ...
ଚମ୍ପୁଆରେ ଘନ କୁହୁଡ଼ି, ଓଡ଼ିଶାରେ ଶୀତ ଆଗମନର ପ୍ରାରମ୍ଭିକ...