ଭଦ୍ରକ: ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ପରେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗକୁ ନେଇ ଭଦ୍ରକ ଜିଲ୍ଲାର ଧୁଷୁରୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅସୁରାଳି ସାହୁ ସାହିରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।
ମିଳିଥିବା ସୂଚନା ଅନୁସାରେ, ଅସୁରାଳି ସାହୁ ସାହିରେ ରହୁଥିବା ନିରଞ୍ଜନ ନାଥଙ୍କ ଘରକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିଥିଲେ। ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଘରୁ ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।
ଘଟଣାରେ ଲୁଟ୍ର ପରିମାଣ ଏବଂ ଲୁଟେରାଙ୍କ ସଂଖ୍ୟା ସମ୍ପର୍କରେ ସବିଶେଷ ସୂଚନା ସ୍ପଷ୍ଟ ହୋଇନାହିଁ। ତେବେ ଘର ଭିତରେ ପଶି ଏଭଳି ଲୁଟ୍ ହୋଇଥିବା ଅଭିଯୋଗ ପରେ ଅଞ୍ଚଳରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ଅଭିଯୋଗ ପାଇବା ପରେ ଧୁଷୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ସୁରାକ୍ ଖୋଜୁଛି ପୁଲିସ।
ଲୁଟ୍ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତ ଜାରି ରହିଛି।
ଜନ୍ତର ମନ୍ତର ଘଟଣାରେ CJP ନେତାଙ୍କୁ ରାହୁଲଙ୍କ ସମର୍ଥନ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଯୁବ ଓ ବିସ୍ଫୋରକ ବ...
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଟି-୨୦ ମୁକାବି...
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଗୌରବ ଆଣିଥି...
ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ନୂଆଦିଲ୍ଲୀ:...
ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...
ହାଇଦ୍ରାବାଦ:ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା...
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...