ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ଫଣ୍ଡା। ଏବେ ଡାକ୍ତରଙ୍କ ନାଁରେ ଅନଲାଇନ୍ ଠକେଇର ଜାଲ ବିଛାଉଛନ୍ତି ସାଇବର ଅପରାଧୀ। ରୋଗୀଙ୍କ ଜରୁରୀ ଆବଶ୍ୟକତା ଓ ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ନେବାର ଆବଶ୍ୟକତାକୁ ଅସ୍ତ୍ର କରି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ମେଡିସିନ୍ ସ୍ପେଶାଲିଷ୍ଟଙ୍କ ନିକଟରେ ଅନଲାଇନ୍ ଆପଏଣ୍ଟମେଣ୍ଟ ନେବା ପାଇଁ ସର୍ଚ୍ଚ କରିଥିଲେ ସସ୍ମିତା ସାମଲ। ଏହି ସମୟରେ ତାଙ୍କୁ ଆଡଭାନ୍ସ ବୁକିଂ ନାଁରେ ଟଙ୍କା ଦେବାକୁ କୁହାଯାଇଥିଲା।
ସେ ଟଙ୍କା ଦେବାକୁ ମନା କରିବା ପରେ ଠକମାନେ ମାତ୍ର ୫ ଟଙ୍କା ଦେଲେ ଆପଏଣ୍ଟମେଣ୍ଟ କନଫର୍ମ ହୋଇଯିବ ବୋଲି କହିଥିଲେ। ଏହାପରେ ଏକ ଲିଙ୍କ୍ରେ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚାଲିଯାଇଥିବା ଅଭିଯୋଗ ହୋଇଛି।
ସାଇବର ଠକଙ୍କ ଆଉ ଏକ ଠକେଇ ଉପାୟ ମଧ୍ୟ ସାମ୍ନାକୁ ଆସିଛି। ଅନଲାଇନ୍ରେ ପର୍ଣ୍ଣ କିମ୍ବା ଅଶ୍ଳୀଳ ୱେବସାଇଟ୍ ଦେଖିଥିବା ଅଭିଯୋଗରେ ଲୋକଙ୍କୁ ବ୍ଲାକମେଲ୍ କରାଯାଉଛି।
ଠକମାନେ ନିଜକୁ ପୁଲିସ ଅଧିକାରୀ କିମ୍ବା ଜଜ୍ ବୋଲି ପରିଚୟ ଦେଇ ଫୋନ୍ କରୁଥିବା ଅଭିଯୋଗ ରହିଛି। ଅଶ୍ଳୀଳ ସାଇଟ୍ ଦେଖିଥିବା ଅଭିଯୋଗରେ ଗିରଫ କରିବାର ଭୟ ଦେଖାଇ ଟଙ୍କା ଦାବି କରୁଛନ୍ତି। ଲୋକଲଜ୍ଜା ଓ ଗିରଫ ଭୟରେ ଅନେକ ଲୋକ ଏଭଳି ଠକଙ୍କ ଜାଲରେ ଫସିଯାଉଛନ୍ତି।
ଅନଲାଇନ୍ରେ ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ବୁକ୍ କରିବା ସମୟରେ କେବଳ ହସ୍ପିଟାଲ କିମ୍ବା କ୍ଲିନିକ୍ର ଅଫିସିଆଲ୍ ୱେବସାଇଟ୍ ଏବଂ ଯାଞ୍ଚ ହୋଇଥିବା ଫୋନ୍ ନମ୍ବର ବ୍ୟବହାର କରନ୍ତୁ। ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
କୌଣସି ଅଜଣା ବ୍ୟକ୍ତିଙ୍କୁ OTP, PIN, CVV, ନେଟ୍ ବ୍ୟାଙ୍କିଂ ପାସୱାର୍ଡ କିମ୍ବା ଅନ୍ୟ ବ୍ୟାଙ୍କିଂ ତଥ୍ୟ ଦିଅନ୍ତୁ ନାହିଁ।
ସେହିପରି ପୁଲିସ, ଜଜ୍ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ନାଁରେ ଧମକ ଦେଇ ଟଙ୍କା ମାଗିଲେ ଭୟଭୀତ ନହୋଇ ଘଟଣାର ସତ୍ୟତା ଯାଞ୍ଚ କରନ୍ତୁ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ। ଠକେଇର ଶିକାର ହେଲେ ଯଥାଶୀଘ୍ର ବ୍ୟାଙ୍କ ଓ ସାଇବର କ୍ରାଇମ୍ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।
ଭାରତର ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେବ...
ବାୟୁ ପ୍ରଦୂଷଣକୁ ସାଧାରଣତଃ କାଶ, ଶ୍ୱାସକଷ୍ଟ କିମ୍ବା ଆସ୍ଥ...
ଇଣ୍ଡୋନେସିଆର ଶେୟର ବଜାର ଶୁକ୍ରବାର, ଅକ୍ଟୋବର ୧୬, ୨୦୨୬ରେ...
ନୂଆଦିଲ୍ଲୀ, ଅକ୍ଟୋବର ୧୬:କକରୋଚ୍ ଜନତା ପାର୍ଟି (CJP)ର ପ୍...
ସ୍ତନ କ୍ୟାନସର ଚିକିତ୍ସା ପାଇଁ ନୂଆ ଉପାୟ ଖୋଜୁଥିବା ବୈଜ୍ଞ...
ଭାରତୀୟ କ୍ରିକେଟର ତଥା ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚ...
ଦଶହରା ଓ ଦୀପାବଳି ପୂର୍ବରୁ ଭାରତରେ ସୁନା କିଣାବିକା ବଢ଼ିବ...
ଘରୋଇ ବିମାନ କମ୍ପାନୀଗୁଡ଼ିକର ଟିକେଟ୍ ଦରରେ ଅତ୍ୟଧିକ ଓ ଅନ...