ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅଧୀନ ମାଲଦା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। କଥିତ ବେଆଇନ ମାଙ୍ଗାନିଜ ଖନନ ସମୟରେ ମାଟି ଅତଡ଼ା ଖସିପଡ଼ିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ଦୁଇ ନାବାଳକ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଭୂତଳ ତଳୁ କଥିତ ଭାବେ ବେଆଇନ ମାଙ୍ଗାନିଜ ଖନନ କରୁଥିବା ବେଳେ ହଠାତ୍ ମାଟି ଅତଡ଼ା ଖସିପଡ଼ିଥିଲା। ଫଳରେ ଉଭୟେ ମାଟି ତଳେ ପୋତି ହୋଇଯାଇଥିଲେ।
ଘଟଣା ଜାଣି ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦୁଇଜଣଙ୍କୁ ବାହାରକୁ ଆଣିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବାବେଳେ ଜଣେ ନାବାଳକଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ାସ୍ଥିତ ଟାଟା ଷ୍ଟିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ସୂଚନା ମିଳିଛି।
ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ମୃତ ଓ ଆହତ ଉଭୟ ନାବାଳକ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ରୁଗୁଡ଼ି ଥାନା ଅଞ୍ଚଳର ବାସିନ୍ଦା।
ମୃତ ନାବାଳକଙ୍କ ସାଙ୍ଗ ରାଜ ମୁଣ୍ଡା କହିଛନ୍ତି, "ମାଟି ଅତଡ଼ା ହଠାତ୍ ଖସିପଡ଼ିଥିଲା। ଆମେ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲୁ। ଜଣଙ୍କ ଅଣ୍ଟା ଭାଙ୍ଗିଯାଇଛି ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।"
ଘଟଣାର ସୂଚନା ପାଇ କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଟି ଧସିବାର ପ୍ରକୃତ କାରଣ ସହ ସଂରକ୍ଷିତ ଜଙ୍ଗଲରେ କଥିତ ବେଆଇନ ମାଙ୍ଗାନିଜ ଖନନ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ପୁଲିସ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ସମସ୍ତ ଦିଗକୁ ଖତିଆନ କରୁଛି।
ମଧ୍ୟପୂର୍ବରେ ପୁଣି ଥରେ ଉତ୍ତେଜନା ବଢ଼ିବା ସହ ଯୁଦ୍ଧର ଆଶଙ...
ଦିଲ୍ଲୀର ଜନ୍ତର ମନ୍ତରରେ **‘କୋକରୋଚ୍ ଜନତା ପାର୍ଟି...
ସାଉଦି ଆରବର ଯୁବ ପ୍ରିନ୍ସ ଅବ୍ଦୁଲ୍ଲା ବିନ୍ ଫହଦ ବିନ୍ ଅବଦ...
ଫିଲ୍ମୀ ଶୈଳୀରେ ଏକ ହୀରା ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ...
ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍ ବୈଦେଶିକ...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ରଥଯାତ୍ରା ସମୟରେ ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖ...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...
ସାଇବର ଠକମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X&r...