ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଅବସରରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୫ ସେପ୍ଟେମ୍ବର ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତକାର ହୋଇଥିବାରୁ ଏହାକୁ ଆନ୍ତର୍ଜାତୀୟ କୂଟନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ବୈଠକ ସମୟରେ ସର୍ଗେଇ ଲାଭରୋଭ ୱାଶିଂଟନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ୟୁକ୍ରେନକୁ ନିରନ୍ତର ଅସ୍ତ୍ରଶସ୍ତ୍ର ଯୋଗାଣ ରୁଷ ପାଇଁ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଏହାସହ ୟୁରୋପୀୟ ଦେଶଗୁଡ଼ିକ ରୁଷକୁ ସାମରିକ ଭାବେ ଦୁର୍ବଳ କରିବା ପାଇଁ ଯେଉଁ ନୀତି ଆପଣାଉଛନ୍ତି, ତାହାକୁ ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଅନ୍ୟପଟେ, ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୀର୍ଘଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ନେଇ ଆଲୋଚନା ହୋଇଛି। ଲାଭରୋଭ କହିଛନ୍ତି ଯେ, ରୁଷ ଏପର୍ଯ୍ୟନ୍ତ କୂଟନୈତିକ ଏବଂ ରାଜନୈତିକ ମାଧ୍ୟମରେ ସମାଧାନ ଖୋଜିବାକୁ ପ୍ରସ୍ତୁତ ଅଛି।
ଏପଟେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଶାନ୍ତି ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ପାଇଁ ସେ ଆମେରିକୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନର କିଛି ଡ୍ରୋନ୍ ଅଭିଯାନକୁ ସମର୍ଥନ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।
ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏହି ବୈଠକ ଆଗାମୀ ଦିନରେ ବିଶ୍ୱ ରାଜନୀତିର ଦିଗ ନିର୍ଣ୍ଣୟ କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦୀପାବଳି ଅବସରରେ ନିଜ ଜନ୍ମମାଟି କେନ୍ଦୁଝରକୁ ବଡ଼ ଉପହାର ଦ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...