ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ଏହି ଅବସରରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି ଜୋରଦାର ବଜାର ଭିଡ଼। ସୁନା ଗହଣା କିଣିବାଠାରୁ ଆରମ୍ଭ କରି ଝାଡୁ କିଣିବା ପର୍ଯ୍ୟନ୍ତ, ପ୍ରାୟ ସବୁ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।
ଧନତେରସ ଦିନ ସୁନା କିଣିବା ଶୁଭ ବୋଲି ଅନେକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ବାସୁଦେବପୁରର ବିଭିନ୍ନ ଜୁଏଲାରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସୁନା ଦୋକାନୀମାନେ ବିଭିନ୍ନ ପୁରସ୍କାର ଓ ରିହାତି ଅଫର୍ ମଧ୍ୟ ରଖିଛନ୍ତି। କେତେକ ଦୋକାନରେ ସୁନା ଗହଣା ଗଢ଼ା ମଜୁରୀ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଉଥିବା ଜଣାପଡ଼ିଛି।
ଧନତେରସରେ କେବଳ ସୁନା ଓ ରୁପା ନୁହେଁ, ଝାଡୁ କିଣିବାର ମଧ୍ୟ ଏକ ପରମ୍ପରା ରହିଛି। ମା’ ଲକ୍ଷ୍ମୀଙ୍କ ଆଗମନ ଓ ଘରେ ସୁଖସମୃଦ୍ଧିର ବିଶ୍ୱାସ ସହ ଏହି ପରମ୍ପରା ଜଡ଼ିତ। ତେଣୁ ବାସୁଦେବପୁରର ଫୁଟପାଥରେ ଝାଡୁ ବିକ୍ରି କରୁଥିବା ଦୋକାନଗୁଡ଼ିକରେ ମଧ୍ୟ ଭଲ ଭିଡ଼ ଦେଖିବାକୁ ମିଳିଛି। କେହି ହାତରେ ତ ଆଉ କେହି କାଖରେ ଝାଡୁ ଧରି ଘରକୁ ଫେରୁଥିବା ବେଳେ କେତେକ ଲୋକ ନିଜ ବାଇକ୍ ପଛରେ ଝାଡୁ ବାନ୍ଧି ନେଉଥିବା ଦୃଶ୍ୟ ମଧ୍ୟ ନଜରକୁ ଆସିଛି।
ଧନତେରସରେ ସୁନା ଗହଣା ସହ ଛାଞ୍ଚୁଣି, କଉଡ଼ି, ମୟୂରପର, ଲୁଣ ଓ ହଳଦୀ କିଣିବା ଶୁଭ ବୋଲି ଲୋକବିଶ୍ୱାସ ରହିଛି। ଏହି ପରମ୍ପରାକୁ ଆଧାର କରି ଲୋକେ ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ସାମଗ୍ରୀ କିଣୁଛନ୍ତି। ଧନତେରସର ଏହି ଉତ୍ସାହ ବାସୁଦେବପୁର ବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି।
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...
ସ୍କୁଲ୍ ପାଠପଢ଼ାରେ ଆସିଲା ବଡ଼ ପରିବର୍ତ୍ତନ। ଏଣିକି ନବମ ଶ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ସରକାରୀ ସ୍କୁଲରେ ପାଠପଢ଼ାର ମାନ ବଢ଼ାଇବା ସହ ଛାତ୍ରଛାତ୍ରୀ...
ବାପାଙ୍କ ଭଳି ପୁଅଙ୍କ ବ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମି...
ଆଲିଗଡ଼: ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (AMU) ଛାତ୍ର ସ...