୧୦୫ ବର୍ଷର ଇତିହାସରେ ପ୍ରଥମ ମହିଳା ଉପସଭାପତି! ନଶ୍ରା ନଇମ୍‌ଙ୍କ ବିଜୟରେ ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ନୂଆ ଇତିହାସ

ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (AMU) ଛାତ୍ର ସଂସଦ ନିର୍ବାଚନରେ ନଶ୍ରା ନଇମ୍ ଐତିହାସିକ ବିଜୟ ହାସଲ କରିଛନ୍ତି।
Nashra Naim
Nashra Naim

ଆଲିଗଡ଼: ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (AMU) ଛାତ୍ର ସଂସଦ ନିର୍ବାଚନରେ ରଚିଛନ୍ତି ନୂଆ ଇତିହାସ ନଶ୍ରା ନଇମ୍। ବିଶ୍ୱବିଦ୍ୟାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଛାତ୍ରୀ ଉପସଭାପତି ପଦ ହାସଲ କରିଛନ୍ତି। ଶୁକ୍ରବାର ଘୋଷିତ ନିର୍ବାଚନ ଫଳାଫଳରେ ନଶ୍ରାଙ୍କ ବିଜୟ ସହ ଛାତ୍ର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ନୂଆ ଉଚ୍ଚତା ଛୁଇଁଛି।

୭,୦୯୧ ଭୋଟ୍ ପାଇ ଜିତିଲେ ନଶ୍ରା

ଉପସଭାପତି ପଦ ପାଇଁ ହୋଇଥିବା ନିର୍ବାଚନରେ ନଶ୍ରା ନଇମ୍ ୭,୦୯୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫,୮୧୮ ଖଣ୍ଡ ଭୋଟ୍ ମିଳିଥିଲା। ଏହି ବିଜୟ ସହ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦରେ ପ୍ରଥମ ମହିଳା ଉପସଭାପତି ହେବାର ଗୌରବ ହାସଲ କରିଛନ୍ତି ସେ।

୧୩ଟି ପଦବୀରୁ ୬ଟିରେ ମହିଳାଙ୍କ ବାଜିମାତ

ଏଥର ନିର୍ବାଚନରେ ମହିଳା ପ୍ରାର୍ଥୀମାନେ ମୋଟ ୧୩ଟି ପଦବୀ ମଧ୍ୟରୁ ୬ଟିରେ ବିଜୟୀ ହୋଇଛନ୍ତି। ଏଥିସହ ୧୦ଟି କ୍ୟାବିନେଟ୍ ସଦସ୍ୟ ପଦବୀ ମଧ୍ୟରୁ ୫ଟି ମହିଳାଙ୍କ ଖାତାକୁ ଯାଇଛି। ଛାତ୍ର ସଂସଦରେ ମହିଳାଙ୍କ ଏହି ପ୍ରତିନିଧିତ୍ୱକୁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି।

ସଭାପତି ହେଲେ ମହମ୍ମଦ ନୋମାନ ଅସରଫ୍

ଛାତ୍ର ସଂସଦର ସଭାପତି ପଦରେ ମହମ୍ମଦ ନୋମାନ ଅସରଫ୍ ୪,୧୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ମହମ୍ମଦ ହମଦାନ ସମ୍ପାଦକ ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।

୮ ବର୍ଷ ପରେ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ

ଏହି ନିର୍ବାଚନର ଆଉ ଏକ ବିଶେଷତ୍ୱ ହେଉଛି, ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଗତ କିଛି ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ନିର୍ବାଚନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନଇମା ଖାତୁନ୍ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ମହିଳାଙ୍କ ବଢ଼ୁଥିବା ଭାଗୀଦାରିକୁ ସ୍ୱାଗତ କରିଛନ୍ତି।

ନଶ୍ରା ନଇମ୍‌ଙ୍କ ଏହି ବିଜୟ କେବଳ ଜଣେ ପ୍ରାର୍ଥୀଙ୍କ ସଫଳତା ନୁହେଁ; ବରଂ ଦୀର୍ଘ ଦିନ ଧରି ପୁରୁଷ ପ୍ରାଧାନ୍ୟ ରହିଥିବା ଛାତ୍ର ନେତୃତ୍ୱରେ ମହିଳାଙ୍କ ବଢ଼ୁଥିବା ଭାଗୀଦାରିର ଏକ ଐତିହାସିକ ସଙ୍କେତ।

LIVE TV
LIVE
Latest News
ସରକାରୀ କାର୍ଯ୍ୟାଳୟ ଓ PSUରେ ‘ନୋ ଗିଫ୍ଟ ପଲିସି’ କଡ଼ାକଡ଼ି: ଉପହାର କିଣା ଓ ବଣ୍ଟନରେ ଖର୍ଚ୍ଚ ମନା

ସରକାରୀ କାର୍ଯ୍ୟାଳୟ ଓ PSUରେ ‘ନୋ ଗିଫ୍ଟ...

ସରକାରୀ କାର୍ଯ୍ୟାଳୟରେ ଉପହାର ଦେବା-ନେବା ଉପରେ ରୋକ୍ ଭ...

୮୦ କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗ: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ଘରେ EOW ଚଢ଼ାଉ

୮୦ କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗ:...

ପୂର୍ବତନ ସାଂସଦଙ୍କ ଘରେ EOWର ଚଢ଼ାଉ ରାୟଗଡ଼ା: ରାୟଗଡ଼...

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ...

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବରୁ କାଟିନେଲେ ମୁଣ୍ଡ

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ...

ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...

ପାଣି ଟାଙ୍କି ଉପରେ ଫସିଲା ଷଣ୍ଢ! ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ, ଚିନ୍ତାରେ ସ୍ଥାନୀୟ ଲୋକେ

ପାଣି ଟାଙ୍କି ଉପରେ ଫସିଲା ଷଣ୍ଢ! ଉଦ୍ଧାର...

ପାଣି ଟାଙ୍କି ଉପରେ ଫସିଛି ଷଣ୍ଢ, ଉଦ୍ଧାରକୁ ନେଇ ଚିନ୍ତା...

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା! ଭୁବନେଶ୍ୱରରେ ୩ ଗିରଫ, ୧୩ ଲକ୍ଷର ସୁନା ଜବତ

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା!...

ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା! ଘଣ୍ଟାକୁ ୮ ହଜାର ଭକ୍ତଙ୍କ ଦର୍ଶନ ଲକ୍ଷ୍ୟ

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା!...

ନୂଆବର୍ଷ ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆଣିବାକୁ ଯୋଜନା...

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୨ ଲକ୍ଷ ଟଙ୍କାର ବାଣ ଜବତ; ଜଣେ ଗିରଫ

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ,...

ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+