ମଧ୍ୟପୂର୍ବରେ ପୁଣି ଥରେ ଉତ୍ତେଜନା ବଢ଼ିବା ସହ ଯୁଦ୍ଧର ଆଶଙ୍କା ଘନୀଭୂତ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଜାରି କରି କହିଛନ୍ତି ଯେ, ଇରାନ କିମ୍ବା ତାହାର ସମର୍ଥିତ ସଶସ୍ତ୍ର ଗୋଷ୍ଠୀମାନେ ଯଦି ଆକ୍ରମଣ ଜାରି ରଖନ୍ତି, ତେବେ ଆମେରିକା ପକ୍ଷରୁ ବଡ଼ ଧରଣର ସାମରିକ ଜବାବ ଦିଆଯିବ।
ଟ୍ରମ୍ପଙ୍କ ଏହି ବୟାନ ପରେ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିଛି। ନିକଟରେ ଲୋହିତ ସାଗରରେ ତୈଳବାହୀ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଆମେରିକା ଇରାନ ସମର୍ଥିତ ଲକ୍ଷ୍ୟସ୍ଥଳୀ ଉପରେ ବାୟୁ ଆକ୍ରମଣ କରିଥିଲା। ଏହାର ପ୍ରତିକ୍ରିୟାରେ ଇରାନ ମଧ୍ୟ ଆମେରିକୀୟ ସ୍ୱାର୍ଥକୁ ଟାର୍ଗେଟ କରିବାର ଚେତାବନୀ ଦେଇଛି।
ଉଭୟ ଦେଶର ଏପରି କଠୋର ପଦକ୍ଷେପ ମଧ୍ୟପୂର୍ବରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ନିଜର ସୁରକ୍ଷା ଏବଂ ବିଶ୍ୱ ବାଣିଜ୍ୟିକ ଜାହାଜ ଚଳାଚଳର ସୁରକ୍ଷା ପାଇଁ ଆବଶ୍ୟକ ହେଲେ କଠୋର ସାମରିକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବ ନାହିଁ।
ଏହି ଘଟଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବା ଦେଖାଯାଇଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ମଧ୍ୟପୂର୍ବରେ ସଂଘର୍ଷ ଆହୁରି ବଢ଼େ, ତେବେ ବିଶ୍ୱ ଜଳେଣି ବଜାର, ବାଣିଜ୍ୟ ଓ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିପାରେ।
ଏପଟେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଉଭୟ ପକ୍ଷକୁ ସଂଯମ ବର୍ତ୍ତାଇବା ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ମଧ୍ୟପୂର୍ବର ବଦଳୁଥିବା ପରିସ୍ଥିତି ଉପରେ ରହିଛି।
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...