ସୁରଟରେ ତିଆରି କଲେ ନକଲି ହୀରା, ସିଙ୍ଗାପୁରରେ ବଦଳାଇ ନେଲେ ଅସଲି ହୀରା; ୨ ଭାରତୀୟ ଗିରଫ

ସୁରଟରେ ଅସଲି ହୀରା ପରି ନକଲି ହୀରା ତିଆରି କରି ସିଙ୍ଗାପୁରର ଏକ ଜୁଏଲେରୀ ଦୋକାନରୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ୪.୯୫ କ୍ୟାରେଟ୍‌ର ହୀରା ଚୋରି କରିବା ଅଭିଯୋଗରେ ଦୁଇ ଭାରତୀୟ ନାଗରିକ ଗିରଫ ହୋଇଛନ୍ତି। ଚାଙ୍ଗି ବିମାନବନ୍ଦରରୁ ଭାରତ ଫେରିବା ପୂର୍ବରୁ ସେମାନଙ୍କୁ ଧରିଥିଲା ସିଙ୍ଗାପୁର ପୁଲିସ।
Two Indian nationals arrested in Singapore for swapping a fake diamond with a real 4.95-carat diamond worth Rs 1.5 crore.
Two Indian nationals arrested in Singapore for swapping a fake diamond with a real 4.95-carat diamond worth Rs 1.5 crore.

ଫିଲ୍ମୀ ଶୈଳୀରେ ଏକ ହୀରା ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୁରଟରେ ଅସଲି ହୀରା ପରି ଏକ ନକଲି ହୀରା ତିଆରି କରି ସିଙ୍ଗାପୁରର ଏକ ଜୁଏଲେରୀ ଦୋକାନରୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ୪.୯୫ କ୍ୟାରେଟ୍ର ଅସଲି ହୀରା ଚୋରି କରିବାକୁ ଉଦ୍ୟମ କରିଥିବା ଦୁଇ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜେଲଦଣ୍ଡ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମାମଲାର ଶୁଣାଣି ଜାରି ରହିଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ୪୧ ବର୍ଷୀୟ ମାଙ୍ଗରୋଲିଆ ମନୋଜକୁମାର କୁର୍ଜିଭାଇ ଏବଂ ୩୦ ବର୍ଷୀୟ ସେରାସିଆ ମିଲନ ରମଣୀକଭାଇ। ମନୋଜକୁମାରଙ୍କୁ ଦୁଇ ବର୍ଷ, ଦୁଇ ମାସ ଏବଂ ଦୁଇ ସପ୍ତାହ ଜେଲଦଣ୍ଡ ଦିଆଯାଇଥିବା ବେଳେ ମିଲନଙ୍କ ମାମଲାର ଶୁଣାଣି ଆସନ୍ତା ଜୁଲାଇ ୨୪ ତାରିଖରେ ହେବ।

ରିପୋର୍ଟ ଅନୁସାରେ, ଦୁଇ ଅଭିଯୁକ୍ତ ସିଙ୍ଗାପୁର ଯିବା ପୂର୍ବରୁ ସୁରଟରେ ଅସଲି ହୀରା ସଦୃଶ ଏକ ନକଲି ହୀରା ପ୍ରସ୍ତୁତ କରିଥିଲେ। ସିଙ୍ଗାପୁରର ଚାଇନାଟାଉନ ସ୍ଥିତ ଏକ ଜୁଏଲେରୀ ଦୋକାନରୁ ୧୫୪ ହଜାର ଆମେରିକୀୟ ଡଲାର ମୂଲ୍ୟର ୪.୯୫ କ୍ୟାରେଟ୍ର ହୀରା ଚୋରି କରିବା ସେମାନଙ୍କ ଯୋଜନା ଥିଲା।

ଯୋଜନା ଅନୁଯାୟୀ, ମନୋଜକୁମାର ଦୋକାନର ବିକ୍ରୟ ପରିଚାଳକଙ୍କୁ ବିଭିନ୍ନ ଅଳଙ୍କାର ଦେଖାଇବାକୁ କହି ତାଙ୍କ ଧ୍ୟାନ ହଟାଇଥିଲେ। ଏହି ସମୟରେ ମିଲନ ତାଙ୍କ ପାଟିରେ ଲୁଚାଇ ରଖିଥିବା ନକଲି ହୀରାକୁ କାଢ଼ି ଅସଲି ହୀରା ସହ ବଦଳାଇ ଦେଇଥିଲେ ଏବଂ ଅସଲି ହୀରାକୁ ନିଜ ପାଟିରେ ଲୁଚାଇ ରଖିଥିଲେ।

ଅଭିଯୁକ୍ତମାନଙ୍କର ଏହି ସମସ୍ତ କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସେମାନେ ଦୋକାନ ଛାଡ଼ିବା ପରେ ବିକ୍ରୟ ପରିଚାଳକ ଏକ ଅପ୍ଟିକାଲ୍ ଜେମ୍ଷ୍ଟୋନ୍ ଆଇଡେଣ୍ଟିଫିକେସନ୍ ମେସିନ୍ରେ ହୀରାଟିର ଯାଞ୍ଚ କରି ଏହା ନକଲି ବୋଲି ଜାଣିଥିଲେ ଏବଂ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।

ଚୋରି ପରେ ଦୁଇ ଅଭିଯୁକ୍ତ ନିଜ ହୋଟେଲକୁ ଫେରି ସେହିଦିନ ସନ୍ଧ୍ୟାରେ ଭାରତ ଫେରିବା ପାଇଁ ବିମାନ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ ଚାଙ୍ଗି ବିମାନବନ୍ଦରର ଟର୍ମିନାଲ-୩ରେ ଇମିଗ୍ରେସନ୍ କ୍ଲିୟର କରୁଥିବା ବେଳେ ରାତି ପ୍ରାୟ ୮ଟା ୫୦ ମିନିଟ୍ରେ ସେମାନଙ୍କୁ ଗିରଫ କରାଯାଇଥିଲା। ମିଲନଙ୍କ ବ୍ୟାଗରୁ ଚୋରି ହୋଇଥିବା ଅସଲି ହୀରାକୁ ଜବତ କରିଥିଲା ପୁଲିସ।

LIVE TV
LIVE
Latest News
OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା ଓ ବଜ୍ରପାତ ଆଶଙ୍କା! ପାଣିପାଗ ବିଭାଗର ସତର୍କ ସୂଚନା

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା! ୮ ତାରିଖରୁ ବଦଳିବ ପାଗ

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

ବାତ୍ୟା ‘ମୁରାସୁ’ ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ! ଆଉ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାତ୍ୟା ‘ମୁରାସୁ’ ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ...

ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+