ଦିଲ୍ଲୀର ଜନ୍ତର ମନ୍ତରରେ **‘କୋକରୋଚ୍ ଜନତା ପାର୍ଟି’ (ସିଜେପି)**ର ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଲାଠିଚାର୍ଜ ଓ କାର୍ଯ୍ୟାନୁଷ୍ଠାନ ଘଟଣାକୁ ନେଇ ଦାଖଲ ହୋଇଥିବା ଜରୁରୀ ଶୁଣାଣି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରିଛନ୍ତି।
ବୁଧବାର ଭାରତର ପ୍ରଧାନ ବିଚାରପତିସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ସମ୍ମୁଖରେ ଜଣେ ଓକିଲ ଏହି ମାମଲାରେ ସ୍ୱତଃପ୍ରବୃତ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ତେବେ ବେଞ୍ଚ ଏହାକୁ ଅସ୍ୱୀକାର କରି କହିଥିଲେ,“ନିଜ ସମୟ ନଷ୍ଟ କରନ୍ତୁ ନାହିଁ ଏବଂ ଆମ ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ।”
ଶୁଣାଣି ସମୟରେ ଓକିଲ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପରିଚାଳନା ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ସଂସ୍କାର ଦାବିରେ ଛାତ୍ରମାନଙ୍କ ଆନ୍ଦୋଳନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଭିଡିଓ ଦେଖାଇବାକୁ ଚାହୁଁଥିଲେ। ଏହାର ଉତ୍ତରରେ ପ୍ରଧାନ ବିଚାରପତି ସ୍ପଷ୍ଟ କରି କହିଥିଲେ,“ଆମେ ଭିଡିଓ ଦେଖିବାରେ ଆଗ୍ରହୀ ନୁହେଁ। ଆମ ପାଖରେ ଭିଡିଓ ଦେଖିବା ପାଇଁ ସମୟ ନାହିଁ।”
ଉଲ୍ଲେଖଯୋଗ୍ୟ ଯେ,ଜୁଲାଇ ୨୦ରେ ସିଜେପିର‘ସଂସଦ ଚଲୋ’କାର୍ଯ୍ୟକ୍ରମ ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଛାତ୍ର ଓ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଥିଲା।
ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମାମଲାରେ ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅସ୍ୱୀକାର କରି“କୋର୍ଟଙ୍କୁ ଏଥିରେ ଟାଣନ୍ତୁ ନାହିଁ”ବୋଲି ମନ୍ତବ୍ୟ ଦେଇଥିଲେ।
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...