Cyber criminals targeting X account users through fake login messages and phishing links.

ସାବଧାନ ! ଆପଣଙ୍କ ‘X’ ଆକାଉଣ୍ଟ ହୋଇପାରେ ହ୍ୟାକ୍, ଫେକ୍ ଲିଙ୍କରେ କ୍ଲିକ୍ କରି ହରାଇପାରନ୍ତି ଟଙ୍କା

‘X’ (ପୂର୍ବତନ ଟ୍ୱିଟର) ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଠକ। ଆକାଉଣ୍ଟ ଅନ୍ୟ ଡିଭାଇସରେ ଲଗଇନ୍ ହୋଇଥିବା ଦାବି କରି ଫେକ୍ ମେସେଜ୍ ପଠାଯାଉଛି। ଏହି ଲିଙ୍କରେ କ୍ଲିକ୍ କଲେ ଆକାଉଣ୍ଟ ହ୍ୟାକ୍ ହେବା ସହ ବ୍ୟାଙ୍କ ଖାତାର ସୂଚନା ମଧ୍ୟ ଚୋରି ହେବାର ଆଶଙ୍କା ରହିଛି। ସାଇବର ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ସାଇବର ଠକମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବତନ ଟ୍ୱିଟର) ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଫେକ୍ ଇ-ମେଲ ଏବଂ ମେସେଜ୍ ଜରିଆରେ ଲୋକଙ୍କ ଆକାଉଣ୍ଟ ହ୍ୟାକ୍ କରିବା ସହ ସେମାନଙ୍କ ବ୍ୟକ୍ତିଗତ ଏବଂ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ତଥ୍ୟ ଚୋରି କରିବାର ଉଦ୍ୟମ କରାଯାଉଛି।

ଠକମାନେ ପ୍ରଥମେ ବ୍ୟବହାରକାରୀଙ୍କୁ ଏକ ମେସେଜ୍ ପଠାଇ ତାଙ୍କର ‘X’ ଆକାଉଣ୍ଟ ଅନ୍ୟ କୌଣସି ଡିଭାଇସରେ ଲଗଇନ୍ ହୋଇଥିବା ଦାବି କରୁଛନ୍ତି। ଏହି ମେସେଜ୍ରେ ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଏକ ଲିଙ୍କ ମଧ୍ୟ ଦିଆଯାଉଛି। ଭୟଭୀତ ହୋଇ ଅନେକ ବ୍ୟବହାରକାରୀ ସେହି ଲିଙ୍କରେ କ୍ଲିକ୍ କରିଦେଉଛନ୍ତି।

ସାଇବର ବିଶେଷଜ୍ଞଙ୍କ ମତାନୁସାରେ, ଏହି ଲିଙ୍କଗୁଡ଼ିକ ସମ୍ପୂର୍ଣ୍ଣ ଫର୍ଜି। ଏଥିରେ କ୍ଲିକ୍ କରିବା ମାତ୍ରେ ଠକମାନେ ବ୍ୟବହାରକାରୀଙ୍କ ଲଗଇନ୍ ସୂଚନା ହାସଲ କରିନେଉଛନ୍ତି। ଫଳରେ ସେମାନେ ‘X’ ଆକାଉଣ୍ଟକୁ ନିଜ କବଜାକୁ ନେବା ସହ ସ୍ମାର୍ଟଫୋନ୍ରେ ଥିବା ଅନ୍ୟ ତଥ୍ୟ ଏବଂ ବ୍ୟାଙ୍କ ଖାତାକୁ ମଧ୍ୟ ଟାର୍ଗେଟ୍ କରିପାରନ୍ତି।

ବିଦେଶରେ ଏଭଳି ଅନେକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଥିବା ବେଳେ, ଭାରତୀୟ ବ୍ୟବହାରକାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଇ-ମେଲର ପ୍ରେରକଙ୍କ ଠିକଣା ଯାଞ୍ଚ କରିବା ଏବଂ ଦୁଇ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା (Two-Factor Authentication) ବ୍ୟବହାର କରିବା ଜରୁରୀ।

କେମିତି ରହିବେ ସୁରକ୍ଷିତ ?

  • ଅଜଣା ଇ-ମେଲ ଓ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।
  • ଫର୍ଜି ମେସେଜ୍କୁ ତୁରନ୍ତ ଡିଲିଟ୍ କରନ୍ତୁ।
  • ‘X’ ଆକାଉଣ୍ଟରେ Two-Factor Authentication ସକ୍ରିୟ କରନ୍ତୁ।
  • କୌଣସି ସନ୍ଦେହଜନକ ମେସେଜ୍ ମିଳିଲେ ସ୍କ୍ରିନସଟ୍ ନେଇ ରିପୋର୍ଟ କରନ୍ତୁ।
  • ଅଜଣା ଇ-ମେଲ ସହ ଆସିଥିବା ଫାଇଲ୍ କିମ୍ବା ଆଟାଚମେଣ୍ଟ ଡାଉନଲୋଡ୍ କରନ୍ତୁ ନାହିଁ।

ସାଇବର ଠକଙ୍କ ଏଭଳି ନୂଆ କୌଶଳରୁ ବଞ୍ଚିବା ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ସୁରକ୍ଷା କବଚ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+