ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦିତ ନାରାୟଣପୁର ଗାଁର ଗୌରାଙ୍ଗ ମାଝିଙ୍କ ହତ୍ୟା ଘଟଣା ଏବେ ଚର୍ଚ୍ଚାରେ। ଗୌରାଙ୍ଗ ଏପ୍ରିଲ ୪ ତାରିଖରେ ପାନିମୁଣ୍ଡା ଗାଁକୁ ଯିବା ପରେ ନିଖୋଜ ହୋଇଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇନଥିଲେ। ପରେ ନର୍ଲା ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା।
ଏପ୍ରିଲ ୭ ତାରିଖରେ ପାନିମୁଣ୍ଡା ଗାଁର ଏକ ପରିତ୍ୟକ୍ତ କୂଏଁ ଭିତରୁ ଗୌରାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୌରାଙ୍ଗଙ୍କ ପିତା ଦୀନବନ୍ଧୁ ମାଝି ତାଙ୍କ ପୁଅଙ୍କୁ ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଏବଂ ଶବକୁ କୂଏଁରେ ପକାଇ ଦିଆଯାଇଥିବା କହିଥିଲେ।
ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହା ସ୍ପଷ୍ଟ ହୋଇଥିଲା ଯେ ଗୌରାଙ୍ଗଙ୍କୁ ହତ୍ୟା କରାଯାଇଛି। ପରେ ପୋଲିସ୍ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ନାବାଳିକା ପ୍ରେମିକା, ତାଙ୍କ ଦୁଇ ଭାଇ ଓ ଭାଇଘର ଜଣେ ରଞ୍ଜନ ମାଝି ମଧ୍ୟ ଅଛନ୍ତି।
ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ସମାପ୍ତ ପରେ ଅଦାଲତରେ ପେଶ କରିଛି। ତଦନ୍ତକାରୀମାନେ କହିଛନ୍ତି ଯେ ନାବାଳିକା ସହ ଗୌରାଙ୍ଗଙ୍କ ପ୍ରେମ ସମ୍ପର୍କକୁ ନେଇ ବିବାଦ ହୋଇଥିବାରୁ ଏହି ହତ୍ୟା ଘଟିଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ଦେଖାଦେଇଛି ଏବଂ ପୋଲିସ୍ ତଦନ୍ତକୁ ଆହୁରି ଗଭୀର କରୁଛି।
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...