କେନ୍ଦୁଝର: ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପୁଣି ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଚମ୍ପୁଆ ବ୍ଲକ୍ ଅଧୀନ ପଡୁଆ ପଞ୍ଚାୟତର ମଙ୍ଗଳପୁର ଗାଁ ନିକଟରେ ବାଗଡେଗା ନାଳ ଉପରେ ନିର୍ମାଣାଧୀନ ଏକ ପୋଲ ପ୍ରବଳ ବର୍ଷା ଓ ବଢ଼ିଥିବା ଜଳସ୍ରୋତରେ ଭାସିଯାଇଛି।
ଏହି ପୋଲଟି ଭଣ୍ଡାପଡୁଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳକୁ ଯୋଡ଼ିବାର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଥିଲା। ପୋଲ ନଷ୍ଟ ହେବା ପରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ବାଗଡେଗା ନାଳ ଉପରେ ଥିବା ପୁରୁଣା ପୋଲଟି ଗତବର୍ଷ ଆଂଶିକ ଭାବେ ଭାସିଯାଇଥିଲା। ଏହାପରେ ଯୋଗାଯୋଗ ବ୍ୟବସ୍ଥା ସୁଧାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷ ଏକ ନୂଆ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା।
କିନ୍ତୁ ନିର୍ମାଣ କାମ ଶେଷ ହେବା ପୂର୍ବରୁ ଲଗାଣ ବର୍ଷା ଓ ନାଳରେ ପ୍ରବଳ ଜଳସ୍ରୋତ ଯୋଗୁଁ ନିର୍ମାଣାଧୀନ ଢାଞ୍ଚାଟି ଭାସିଯାଇଛି।
ପୋଲ ଭାସିଯିବାରୁ ଏହି ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୪ରୁ ୫ଟି ପଞ୍ଚାୟତର ଲୋକ ଯାତାୟାତ ସମସ୍ୟାରେ ପଡ଼ିଛନ୍ତି। ଦୈନନ୍ଦିନ କାମ ପାଇଁ ଲୋକଙ୍କୁ ବିକଳ୍ପ ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଛି।
ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି ସ୍ୱାସ୍ଥ୍ୟସେବାକୁ ନେଇ। ଭଣ୍ଡାଠାରେ ଥିବା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଜରୁରୀ ଚିକିତ୍ସା ପାଇଁ ଯିବାକୁ ଏବେ ଲୋକଙ୍କୁ ପ୍ରାୟ ୧୦ରୁ ୧୫ କିଲୋମିଟର ଅଧିକ ରାସ୍ତା ଦେଇ ଯିବାକୁ ପଡ଼ୁଛି।
ରାସ୍ତା ବନ୍ଦ ହେବାରୁ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ବ୍ୟାଙ୍କ ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଯାଉଥିବା ଲୋକମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି।
ବର୍ତ୍ତମାନ ରାସ୍ତାଟି ଯାତାୟାତ ପାଇଁ ଅନୁପଯୋଗୀ ହୋଇଥିବାରୁ ପୋଲ ପୁଣି ନିର୍ମାଣ ହେବା ଏବଂ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଲୋକଙ୍କୁ ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ପଡ଼ିବ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି। ବୈତରଣୀ ନଦୀ ପାଟଣାଠାରେ ବିପଦସଙ୍କେତ ଅତିକ୍ରମ କରିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ପରେ ପ୍ରଶାସନ ସତର୍କ ରହିଥିବା କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ଜୋଡ଼ାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଝୁମ୍ପୁରା ଓ ଚମ୍ପୁଆ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...