ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁଙ୍କ ଘରେ ସୋମବାର ସନ୍ଧ୍ୟାରେ ଏହି ଚୋରି ଘଟିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଘରେ କେହି ନଥିବା ସମୟରେ ଚୋରମାନେ ଘରେ ପଶି ଆଲମାରି ଭାଙ୍ଗିଥିଲେ। ଆଲମାରି ଭିତରେ ରଖାଯାଇଥିବା ପ୍ରାୟ୮ ଲକ୍ଷ ଟଙ୍କା ନଗଦଏବଂ ପ୍ରାୟ୩୦ ତୋଳା ସୁନା ଓ ରୁପା ଅଳଙ୍କାରଚୋରି କରି ଦୁର୍ବୃତ୍ତମାନେ ଫେରାର ହୋଇଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ଘରକୁ ଫେରିବା ପରେ ଚୋରି ସମ୍ପର୍କରେ ଜାଣିପାରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଖବର ଦିଆଯାଇଥିଲା।
ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ ସୁରାକ୍ ପାଇବା ପାଇଁ ସ୍ନିଫର ଡଗ୍ର ସହାୟତା ନିଆଯାଇଛି।
ପୁଲିସ ଆଖପାଖ ଅଞ୍ଚଳରସିସିଟିଭି ଫୁଟେଜ୍ ଯାଞ୍ଚକରୁଛି। ଚୋରମାନଙ୍କ ଗତିବିଧି ଏବଂ ପରିଚୟ ସମ୍ପର୍କରେ ସୁରାକ୍ ପାଇବା ସହ ଚୋରି ହୋଇଥିବା ଟଙ୍କା ଓ ଅଳଙ୍କାର ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।
ଓଡ଼ିଶା ଷ୍ଟେଟ୍ ୱେୟାରହାଉସିଂ କର୍ପୋରେସନ୍ (OSWC) ୨୦୨୩-୨...
ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ୨୩ ବର୍ଷରୁ କମ୍&zwnj...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
ଆଇପିଏଲ୍‌ ୨୦୨୭ ନିଲାମକୁ ଆହୁରି କିଛି ମାସ ବାକି ଥିବ...
ବିରାଟ କୋହଲିଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ରେକର୍ଡର ଅପେକ୍ଷା...