ପୁରୀ: ପୁରୀ ଶ୍ରୀମନ୍ଦିରରେ ପୁଣି ଏକ ଅଘଟଣ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଢେଙ୍କାନାଳ ଅଞ୍ଚଳର ଯାଦବ ରାୟ। ସେ ନିଜ ପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ହେଲେ ତାଙ୍କ ପାଇଁ ଜଗା ଦର୍ଶନ ଶେଷ ଦର୍ଶନ ପାଲଟିଛି।
ସୂଚନା ଅନୁସାରେ, ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିଲା। ଏହି ସମୟରେ ନାଟମଣ୍ଡପର କିଛି ପୂର୍ବରୁ ବେଢ଼ା ନିକଟରେ ଯାଦବ ରାୟ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ସେ ଅସୁସ୍ଥ ହୋଇପଡ଼ିବା ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା।
ପୁଲିସ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୁରୀ ସଦର ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଯାଦବ ରାୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ତେବେ ଯାଦବ ରାୟ କେଉଁ କାରଣରୁ ଅସୁସ୍ଥ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ କିପରି ହେଲା, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏଥିସହ ଘଟଣାର ପରିସ୍ଥିତି ଜାଣିବା ପାଇଁ ଶ୍ରୀମନ୍ଦିରର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯିବ।
ଅନ୍ୟପକ୍ଷରେ, ଶ୍ରଦ୍ଧାଳୁଙ୍କ ମୃତ୍ୟୁ ମୁଖ୍ୟ ମନ୍ଦିର ବାହାରେ ହୋଇଥିବାରୁ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିନଥିବା ସୂଚନା ମିଳିଛି।
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...