ସୋନପୁର ଜିଲ୍ଲାର ବୀରମହାରାଜପୁର ତହସିଲ ଅଧୀନ ପଥରଘାଟ ଗାଁରେ ହାତୀପଲ ଉପଦ୍ରବରେ ଚାଷୀମାନଙ୍କ ଫସଲର ବ୍ୟାପକ କ୍ଷତି ଘଟିଛି। ଗୁରୁବାର ରାତିରେ ୧୫ରୁ ୧୬ଟି ହାତୀ ଗାଁକୁ ପ୍ରବେଶ କରି ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହାତୀପଲ କୁଡ଼ାପଡା ଅଞ୍ଚଳରୁ ଚମ୍ପାମାଲ ଓ କୃଷ୍ଣପାଳି ଗ୍ରାମ ଦେଇ ପଥରଘାଟକୁ ପହଞ୍ଚିଥିଲା। ଗାଁର ଧାନ ଜମିରେ ପଶି ହାତୀମାନେ ବ୍ୟାପକ ନଷ୍ଟ କରିଥିଲେ।
ଚାଷୀମାନଙ୍କ କହିବା ଅନୁଯାୟୀ, ବର୍ଷର ସାରା ଶ୍ରମ ଓ ନିବେଶ ଏକ ରାତିରେ ନଷ୍ଟ ହୋଇଯାଇଛି। ଅନେକ ଏକର ଧାନ ଜମି କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ପ୍ରଭାବିତ ଚାଷୀମାନେ ବନ ବିଭାଗକୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ସହ ଆଗାମୀ ଦିନରେ ଏପରି ଘଟଣା ରୋକିବାକୁ ପଦକ୍ଷେପ ନେବା ଦାବି କରିଛନ୍ତି।
ମଣିଷ-ହାତୀ ସଂଘର୍ଷ ବଢୁଥିବା ପରିପ୍ରେକ୍ଷିରେ ଏହି ଘଟଣା ପୁନର୍ବାର ବନ୍ୟଜନ୍ତୁ ନିୟନ୍ତ୍ରଣ ଓ ଚାଷୀ ସୁରକ୍ଷା ପ୍ରସଙ୍ଗକୁ ଆଗକୁ ଆଣିଛି।
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...