ଭୁବନେଶ୍ୱର ଉପକଣ୍ଠ ଉତ୍ତରାସ୍ଥିତ ପ୍ରସିଦ୍ଧ ମାଆ ଦୁର୍ଲ୍ଲଭା ଦେବୀ ମନ୍ଦିରରେ ବଡ଼ ଧରଣର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ମନ୍ଦିରରୁ ଲୁଟେରାମାନେ ମାଆଙ୍କର ସୁନା-ରୁପା ଅଳଙ୍କାର ସହ ଦାନ ବାକ୍ସରେ ଥିବା ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଲୁଟେରାମାନେ ରାତିରେ ମନ୍ଦିରର ୨ଟି ଗ୍ରିଲ୍ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ମନ୍ଦିରରେ ଥିବା ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ।
ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟରେ ପ୍ରାୟ ଦେଢ଼ କିଲୋ ଓଜନର ରୁପା ମୁକୁଟ, ୭ଟି ଛୋଟ ବଡ଼ ରୁପା ମୁକୁଟ, ୨୨ ଗ୍ରାମ୍ ଓଜନର ସୁନା ଅଳଙ୍କାର ରହିଛି। ଏହାସହ ମାଆଙ୍କର ସୁନା ଆଖି, ସୁନା ଆଖିପତା, ସୁନା ଚିତା, ମଥାମଣି ଓ ନୋଥ ମଧ୍ୟ ଲୁଟ୍ ହୋଇଛି।
ଲୁଟେରାମାନେ କେବଳ ଅଳଙ୍କାର ନୁହେଁ, ମନ୍ଦିରର ଦାନ ବାକ୍ସରେ ଥିବା ଟଙ୍କା ମଧ୍ୟ ନେଇ ଯାଇଛନ୍ତି। ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ସମୟରେ ଗ୍ରିଲ୍ ତାଲା ଭଙ୍ଗା ଥିବା ଦେଖିଥିଲେ। ଏହାପରେ ମନ୍ଦିର କମିଟି ପକ୍ଷରୁ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା।
ଖବର ପାଇ ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...
କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...
ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...
ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...