ସ୍ୱାଧୀନତା ଦିବସ ପରେଡ୍ ୨୦୨୬ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ମହାତ୍ମା ଗାନ୍ଧୀ ମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପରେଡ୍ ରିହର୍ସାଲ୍ ଏବଂ ମୁଖ୍ୟ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ୍ କଟକଣା ଓ ଡାଇଭର୍ସନ୍ ଲାଗୁ କରିବ କମିଶନରେଟ୍ ପୁଲିସ।
ପୁଲିସର ସୂଚନା ଅନୁଯାୟୀ,ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା,ଅଗଷ୍ଟ ୧୩ ତାରିଖ ସକାଳ ୮ଟା ୩୦ରୁ ୧୧ଟା ୩୦ଏବଂଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ପରେଡ୍ ଓ ସମ୍ପୃକ୍ତ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତଏହି କଟକଣା ଜାରି ରହିବ।
ରାମ ମନ୍ଦିର କିମ୍ବା ରାଜମହଲ ପଟୁ ଆସୁଥିବା କୌଣସି ଭାରୀ ଯାନକୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଦିଗକୁ ଯିବାକୁ ଦିଆଯିବ ନାହିଁ। ରାଜମହଲ ପଟୁ ରାମ ମନ୍ଦିର ଦିଗକୁ ଯାଉଥିବା ଦୁଇଚକିଆ ଓ ହାଲୁକା ଯାନ କେବଳ ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ଯାଇପାରିବେ। ମାଷ୍ଟର କ୍ୟାଣ୍ଟିନ୍ରୁ ପିଏମ୍ଜି ଛକ ଦିଗକୁ ଯାତାୟାତ ମଧ୍ୟ ବନ୍ଦ ରହିବ।
ହାଉସିଂ ବୋର୍ଡ ପଟୁ ରବୀନ୍ଦ୍ର ମଣ୍ଡପ ଦିଗକୁ ଯାଉଥିବା ଯାନକୁ କେଶରୀ ଟକିଜ୍ ଛକ ନିକଟରୁ ଡାଇଭର୍ଟ କରାଯିବ।
ଏଜି ଛକରୁ ପିଏମ୍ଜି ଛକ ଦିଗକୁ ଆସୁଥିବା ଯାନକୁ ଜୟଦେବ ଭବନ ଛକ ନିକଟରୁ ଆଇଡିକଲ୍ ଅଡିଟୋରିୟମ୍ ଦିଗକୁ ଡାଇଭର୍ଟ କରାଯିବ। ସେହିପରି ୧୨୦ ବାଟାଲିୟନ୍ ଛକ ପଟୁ ଆସୁଥିବା ଯାନକୁ ଏମ୍ଏଲ୍ଏ କଲୋନୀ ଛକରୁ ୟୁନିଟ୍-୪ ଦିଗକୁ ପଠାଯିବ।
ମହାତ୍ମା ଗାନ୍ଧୀ ମାର୍ଗ ସହ ଯୋଡ଼ି ହୋଇଥିବା ସମସ୍ତ ଗଳି ଓ ରାସ୍ତାକୁ ବନ୍ଦ କରାଯିବ। କେବଳ ପାଦଚାରୀଙ୍କୁ ପରେଡ୍ ରୁଟ୍ ଦିଗକୁ ଯିବାକୁ ଅନୁମତି ମିଳିବ।
ଯାନବାହନ ପାଇଁ ୭ଟି ସ୍ଥାନକୁ ପାର୍କିଂ ଜୋନ୍ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା—ରେଳ ଷ୍ଟେସନ୍ ନିକଟସ୍ଥ ବିଡିଏ ବସ୍ଷ୍ଟାଣ୍ଡ, କଂଗ୍ରେସ ଭବନ, ଆଇଡିକଲ୍ ଅଡିଟୋରିୟମ୍, ଜୟଦେବ ଭବନ, ୟୁନିଟ୍-୩ ଏସ୍ବିଆଇ, ରବୀନ୍ଦ୍ର ମଣ୍ଡପ ଏବଂ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆ।
ଏହାସହ ଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ପରେଡ୍ ଶେଷ ହେବା ପର୍ଯ୍ୟନ୍ତ ପିଏମ୍ଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ମଧ୍ୟରେଗ୍ୟାସ୍ ବେଲୁନ୍ ବିକ୍ରି ଉପରେ ମଧ୍ୟ କଟକଣାଜାରି କରାଯାଇଛି।
କମିଶନରେଟ୍ ପୁଲିସ ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କୁ ନିଜ ଯାତ୍ରା ଯୋଜନା କରିବା ସହ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ ଅନୁରୋଧ କରିଛି।
ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ରେଢ଼ାଖୋଲ:ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପ...
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜି...
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ...
ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ଏବଂ ରେଳ ସଂଯୋଗକୁ ଆହୁ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...