ଦେଶର ବ୍ୟାଙ୍କିଂ ସେବା ଉପରେ ଆଜି ଧର୍ମଘଟର ପ୍ରଭାବ ପଡ଼ିପାରେ। ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ସହ ବିଭିନ୍ନ ଦାବି ପୂରଣ ପାଇଁ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଂଘଗୁଡ଼ିକ ସେପ୍ଟେମ୍ବର ୧୧ ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ କରୁଛନ୍ତି।
ବିଶେଷକରି ସରକାରୀ ବ୍ୟାଙ୍କଗୁଡ଼ିକର ଶାଖା ସେବା ଏହି ଧର୍ମଘଟ ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ବ୍ୟାଙ୍କ ଶାଖାରେ ନଗଦ ଟଙ୍କା ଜମା, ଟଙ୍କା ଉଠାଣ ଏବଂ ଅନ୍ୟାନ୍ୟ କାଉଣ୍ଟର ସେବା ବାଧାପ୍ରାପ୍ତ ହୋଇପାରେ।
ସେପ୍ଟେମ୍ବର ୧୧ ଶୁକ୍ରବାର ହୋଇଥିବା ବେଳେ ଏହା ପରେ ଦୁଇ ଦିନ ବ୍ୟାଙ୍କ ଛୁଟି ରହିଛି। ଏହା ଫଳରେ ଅନେକ ସ୍ଥାନରେ ବ୍ୟାଙ୍କିଂ ସେବା ଲଗାତାର ୪ ଦିନ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଏହାଛଡ଼ା କେତେକ ରାଜ୍ୟରେ ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ ପାଇଁ ବ୍ୟାଙ୍କ ଛୁଟି ରହିବ।
ଅଧିକାଂଶ ସରକାରୀ ବ୍ୟାଙ୍କ ଗ୍ରାହକମାନଙ୍କୁ ସମ୍ଭାବ୍ୟ ସେବା ବାଧା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ମଧ୍ୟ ଏକ ପରାମର୍ଶ ଜାରି କରି କହିଛି ଯେ ଶାଖା ଓ କାର୍ଯ୍ୟାଳୟର ସାଧାରଣ କାର୍ଯ୍ୟକଳାପ ପାଇଁ ବ୍ୟବସ୍ଥା କରାଯାଇଛି, ତଥାପି ଧର୍ମଘଟ ଯୋଗୁଁ କାମ ପ୍ରଭାବିତ ହୋଇପାରେ।
ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଦୀର୍ଘଦିନ ଧରି ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରିଆସୁଛନ୍ତି। ଚିଫ୍ ଲେବର କମିଶନରଙ୍କ ସମ୍ମୁଖରେ ଆଲୋଚନା ଓ ସମାଧାନ ପ୍ରୟାସ ହୋଇଥିଲେ ମଧ୍ୟ ଦାବି ଉପରେ ନିଶ୍ଚିତ ପ୍ରତିଶ୍ରୁତି ମିଳିନଥିବାରୁ ଧର୍ମଘଟର ନିଷ୍ପତ୍ତି ନିଆଯାଇଥିବା ୟୁନିଅନଗୁଡ଼ିକ କହିଛନ୍ତି।
United Forum of Bank Unions (UFBU) ଅଧୀନରେ ଥିବା ୭ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
କର୍ମଚାରୀ ସଂଘଗୁଡ଼ିକର ଯୁକ୍ତି ହେଉଛି, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, RBI, LIC, GIC ଏବଂ NABARD ଭଳି ଅନେକ ସଂସ୍ଥାରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ରହିଛି। ଏହାଛଡ଼ା ଷ୍ଟକ୍ ମାର୍କେଟ୍, ମନି ମାର୍କେଟ୍ ଏବଂ ବୈଦେଶିକ ମୁଦ୍ରା ବଜାର ମଧ୍ୟ ପାଞ୍ଚ ଦିନ ଆଧାରରେ କାର୍ଯ୍ୟ କରୁଛି।
ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ ବ୍ୟତୀତ ପେନ୍ସନ୍ ଅପଡେଟ୍ ଓ ସୁଧାର, ସମସ୍ତ ପେନ୍ସନଭୋଗୀଙ୍କ ପାଇଁ ସମାନ ଡିଅରନେସ୍ ଆଲାଉନ୍ସ (DA) ଫର୍ମୁଲା ଏବଂ NPS ଅଧୀନରେ ଥିବା କର୍ମଚାରୀଙ୍କୁ ପୁରୁଣା ପେନ୍ସନ୍ ସ୍କିମ୍ (OPS) ବାଛିବାର ସୁଯୋଗ ଦେବା ଭଳି ଦାବି ମଧ୍ୟ ରହିଛି।
UFBU ଅଗଷ୍ଟ ୨୩ରେ ଏକ ପର୍ଯ୍ୟାୟକ୍ରମିକ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିଥିଲା। ଏହା ଅନୁଯାୟୀ ଆଜିର ଦେଶବ୍ୟାପୀ ଧର୍ମଘଟ ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ତିନି ଦିନିଆ ଧର୍ମଘଟ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି।
ଦାବିଗୁଡ଼ିକର ସମାଧାନ ନହେଲେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରାଯିବ ବୋଲି ୟୁନିଅନଗୁଡ଼ିକ ଚେତାବନୀ ଦେଇଛନ୍ତି।
ନୂଆ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟକୁ ଏକାଠି କରିବା ଉଦ୍ଦେଶ୍ୟର...
ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...
ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଅଭିନ...
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...
ଉତ୍ତରପ୍ରଦେଶରେ ଜଣେ ମହିଳା ବକ୍ସରଙ୍କ ରହସ୍ୟଜନକ ମୃତ୍ୟୁକୁ...
ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ମୁମ୍ବାଇ:ଫିଲ୍ମ 'ରାମାୟଣ'ରେ ରାବଣ ଚରିତ୍ରରେ ନଜର...