ଦେଶର ଦୁଇଟି ଉତ୍ତର-ପୂର୍ବ ରାଜ୍ୟଆସାମଓଅରୁଣାଚଳ ପ୍ରଦେଶରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ସହ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଥିବାରୁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି।
ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଅନେକ ରାସ୍ତା ଓ ସେତୁ ବନ୍ୟା ପାଣିରେ ଭାସିଯାଇଥିବା ବେଳେ ବହୁ ଘରବାଡ଼ି କ୍ଷତିଗ୍ରସ୍ତ ହୋଇଛି। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ୨୦୦ ମିଲିମିଟରରୁ ଅଧିକ ବର୍ଷାହେବାର ସମ୍ଭାବନା ଥିବା ସତର୍କ ସୂଚନା ଜାରି କରିଛି।
ବନ୍ୟା ଯୋଗୁଁ ଅରୁଣାଚଳ ପ୍ରଦେଶର୧୦ଟି ଜିଲ୍ଲାପ୍ରଭାବିତ ହୋଇଛି। ସେଥିମଧ୍ୟରୁପାନୟୋର ଜିଲ୍ଲାସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ୩ ଜଣଙ୍କ ମୃତ୍ୟୁଘଟିଥିବା ବେଳେ୨ ଜଣ ନିଖୋଜଥିବା ସୂଚନା ମିଳିଛି। ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଥିବା ବେଳେ ଶନିବାର ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା।
ବର୍ତ୍ତମାନNDRFଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରିଛନ୍ତି।
ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ରାଜ୍ୟର୬ଟି ଜିଲ୍ଲାବନ୍ୟା କବଳରେ ରହିଥିବା ବେଳେ ପ୍ରାୟ୨୨,୧୨୪ ଜଣ ଲୋକପ୍ରଭାବିତ ହୋଇଛନ୍ତି।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତଧେମାଜି ଜିଲ୍ଲା, ଯେଉଁଠାରେ୬୯ଟି ଗାଁର ୧୫,୪୮୩ ଜଣ ଲୋକବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ପାଣିପାଗ ବିଭାଗ ଆଗାମୀ ଦିନରେ ଆହୁରି ବର୍ଷାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନହେଲେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛି।
କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରରେ ଆଉ ଏକ...
ଯଦି ଆପଣ ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଛନ୍ତି,...