ଓଡ଼ିଶାର ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଗାଁର ଡ୍ରେନ୍ ସମସ୍ୟା ଦୀର୍ଘଦିନ ଧରି ସମାଧାନ ନ ହେବାରୁ ଜଣେ ଯୁବକ ମଇଳା ଡ୍ରେନ୍ ପାଣି ଭରା ବୋତଲ ନେଇ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି।
ସୂଚନା ଅନୁସାରେ, ଧୂମାଭଟା ଗାଁରେ ଦୀର୍ଘଦିନ ଧରି ଡ୍ରେନ୍ ସଫା ଓ ମରାମତି ହୋଇନଥିବାରୁ ମଇଳା ପାଣି ରାସ୍ତା ଓ ଘରକୁ ପ୍ରବେଶ କରୁଛି। ଏଥିପାଇଁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାବେଳେ ଦୁର୍ଗନ୍ଧରେ ଲୋକମାନେ ଅସୁବିଧା ଭୋଗୁଛନ୍ତି।
ସ୍ଥାନୀୟ ଲୋକମାନେ ଅନେକଥର ବେଲପଡା ବିଡିଓ ରାଜେଶ ମେହେରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ଏଥିରେ କ୍ଷୁବ୍ଧ ହୋଇ ସିପୁନ ଖମାରୀ ନାମକ ଜଣେ ଯୁବକ ଡ୍ରେନ୍ର ମଇଳା ପାଣି ଏକ ବୋତଲରେ ଭରି ବିଡିଓ କାର୍ଯ୍ୟାଳୟକୁ ଯାଇଥିଲେ। ସେ ବିଡିଓଙ୍କ ଟେବୁଲ୍ ଉପରେ ବୋତଲଟି ରଖି ପ୍ରଶାସନର ଅବହେଳା ବିରୋଧରେ ପ୍ରତିବାଦ କରିଥିଲେ।
ଏହି ଘଟଣା ପରେ ବିଡିଓ ରାଜେଶ ମେହେର ଘଟଣାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ଡ୍ରେନ୍ ସଫା କରିବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...