ନୂଆଦିଲ୍ଲୀ: UPI ମାଧ୍ୟମରେ ଟଙ୍କା ପଠାଉଥିବା ଗ୍ରାହକଙ୍କୁ ନେଇ ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆ Merchant Discount Rate (MDR) ଲାଗୁ ହେଲେ ଏହାର ଅତିରିକ୍ତ ଖର୍ଚ୍ଚ ଗ୍ରାହକଙ୍କଠାରୁ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନୂଆ ବ୍ୟବସ୍ଥା ଅନୁସାରେ ଅକ୍ଟୋବର ୧୫, ୨୦୨୬ରୁ ନିର୍ଦ୍ଦିଷ୍ଟ Person-to-Merchant (P2M) UPI ନେଣଦେଣରେ MDR ଲାଗୁ ହେବ। ₹୨,୦୦୦ରୁ ଅଧିକ ଯୋଗ୍ୟ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ରେ MDR ୦.୪% ରହିବ ଏବଂ ₹୭୫,୦୦୦ କିମ୍ବା ତା’ଠାରୁ ଅଧିକ ନେଣଦେଣରେ ଏହା ₹୩୦୦ରେ ସୀମିତ ରହିବ।
ଏହି ଚାର୍ଜ ଗ୍ରାହକଙ୍କ ଉପରେ ଲାଗୁ ହେବ ନାହିଁ। MDR payment ecosystem ମଧ୍ୟରେ ଥିବା ଏକ ଚାର୍ଜ ଏବଂ ଏହା ବ୍ୟାଙ୍କ, payment service provider ଓ UPI app providerଙ୍କ ଭଳି ଅଂଶୀଦାରଙ୍କ ମଧ୍ୟରେ ବଣ୍ଟନ ହେବ।
ସେହିପରି Person-to-Person (P2P) UPI ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ। ₹୨,୦୦୦ ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟ ଏବଂ ନିର୍ଦ୍ଦିଷ୍ଟ ଛୋଟ ବ୍ୟବସାୟୀଙ୍କ zero-MDR ଟ୍ରାଞ୍ଜାକ୍ସନ୍ ମଧ୍ୟ ମାଗଣା ରହିବ। ସରକାରଙ୍କ ଅନୁସାରେ ପ୍ରାୟ ୯୬% P2M ଟ୍ରାଞ୍ଜାକ୍ସନ୍ ପ୍ରଭାବିତ ହେବ ନାହିଁ।
ସୀତାରମଣ କହିଛନ୍ତି, MDR ଟ୍ୟାକ୍ସ କିମ୍ବା ସେସ୍ ନୁହେଁ ଏବଂ ଏହାର ଟଙ୍କା ଭାରତ ସରକାରଙ୍କ Consolidated Fundକୁ ଯିବ ନାହିଁ।
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ନି...
ୱାଶିଂଟନ୍: ଇରାନ୍ ସହ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ରା...
ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ କର୍ଣ୍ଣାଟକ...
ନୂଆଦିଲ୍ଲୀ: ଗୁରପତୱନ୍ତ ସିଂହ ପନ୍ନୁନଙ୍କ ଦ୍ୱାରା ଦାଏର ମା...
କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...
ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...