ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବ୍ୟଙ୍ଗାତ୍ମକ ବିବୃତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପୁଣିଥରେ ବିବାଦ ସୃଷ୍ଟି ହୋଇଛି।
ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଦକ୍ଷିଣ ଡାକୋଟାର ମାଉଣ୍ଟ ରସମୋରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଟ୍ରମ୍ପ ଇରାନକୁ କଟାକ୍ଷ କରି କହିଥିଲେ ଯେ, ଆମେରିକା ଭଲ ମନୋଭାବ ଦେଖାଇ ଇରାନକୁ ଖେମିନିଙ୍କ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହ ସମୟ ଦେଇଛି।
ଟ୍ରମ୍ପ ଆହୁରି କହିଥିଲେ ଯେ, ଆମେରିକାର କାର୍ଯ୍ୟକଳାପ ପରେ ଇରାନ ଚାପରେ ରହିଛି ଏବଂ ଏବେ ଏକ ନୂଆ ଚୁକ୍ତି ପାଇଁ ଆଗ୍ରହୀ ହୋଇପଡ଼ିଛି। ଖେମିନିଙ୍କ ପାଇଁ ଇରାନରେ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଆରମ୍ଭ ହେବା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।
ଇରାନ ସରକାରଙ୍କ ଦାବି ଅନୁଯାୟୀ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିଲା। ସେହି ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିବା ଇରାନ ପକ୍ଷରୁ କୁହାଯାଇଛି।
ଇସଲାମିକ ପରମ୍ପରା ଅନୁଯାୟୀ ମୃତଦେହକୁ ୨୪ ଘଣ୍ଟା ମଧ୍ୟରେ କବର ଦିଆଯିବା କଥା। କିନ୍ତୁ ଯୁଦ୍ଧ ପରିସ୍ଥିତି ଓ ସୁରକ୍ଷା ଆଶଙ୍କା କାରଣରୁ ଖେମିନିଙ୍କ ଅନ୍ତିମ ସଂସ୍କାର ବିଳମ୍ବ ହୋଇଥିଲା। ଗତ ମାସରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇରାନ କର୍ତ୍ତୃପକ୍ଷ ଅନ୍ତିମ ସଂସ୍କାରର ତାରିଖ ଘୋଷଣା କରିଥିଲେ।
Tata Sonsକୁ ନେଇ କାହିଁକି ଚର୍ଚ୍ଚା? Tata Sons ହେଉଛ...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...
ଭୁବନେଶ୍ୱର: ବିବାହର କିଛି ଦିନ ପରେ ଶ୍ୱଶୁର ଘରେ ଚୋରି ଅଭି...
ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରସ୍ତାବିତ କଂଗ...
ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...