ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବ୍ୟଙ୍ଗାତ୍ମକ ବିବୃତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପୁଣିଥରେ ବିବାଦ ସୃଷ୍ଟି ହୋଇଛି।
ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଦକ୍ଷିଣ ଡାକୋଟାର ମାଉଣ୍ଟ ରସମୋରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଟ୍ରମ୍ପ ଇରାନକୁ କଟାକ୍ଷ କରି କହିଥିଲେ ଯେ, ଆମେରିକା ଭଲ ମନୋଭାବ ଦେଖାଇ ଇରାନକୁ ଖେମିନିଙ୍କ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହ ସମୟ ଦେଇଛି।
ଟ୍ରମ୍ପ ଆହୁରି କହିଥିଲେ ଯେ, ଆମେରିକାର କାର୍ଯ୍ୟକଳାପ ପରେ ଇରାନ ଚାପରେ ରହିଛି ଏବଂ ଏବେ ଏକ ନୂଆ ଚୁକ୍ତି ପାଇଁ ଆଗ୍ରହୀ ହୋଇପଡ଼ିଛି। ଖେମିନିଙ୍କ ପାଇଁ ଇରାନରେ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଆରମ୍ଭ ହେବା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।
ଇରାନ ସରକାରଙ୍କ ଦାବି ଅନୁଯାୟୀ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିଲା। ସେହି ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିବା ଇରାନ ପକ୍ଷରୁ କୁହାଯାଇଛି।
ଇସଲାମିକ ପରମ୍ପରା ଅନୁଯାୟୀ ମୃତଦେହକୁ ୨୪ ଘଣ୍ଟା ମଧ୍ୟରେ କବର ଦିଆଯିବା କଥା। କିନ୍ତୁ ଯୁଦ୍ଧ ପରିସ୍ଥିତି ଓ ସୁରକ୍ଷା ଆଶଙ୍କା କାରଣରୁ ଖେମିନିଙ୍କ ଅନ୍ତିମ ସଂସ୍କାର ବିଳମ୍ବ ହୋଇଥିଲା। ଗତ ମାସରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇରାନ କର୍ତ୍ତୃପକ୍ଷ ଅନ୍ତିମ ସଂସ୍କାରର ତାରିଖ ଘୋଷଣା କରିଥିଲେ।
ଓଡ଼ିଶାରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍...
ଦୀର୍ଘ କିଛି ମାସର ଅନିଶ୍ଚିତତା ପରେ ଭାରତ ଓ ବାଂଲାଦେଶ ମଧ୍...
ଭୁବନେଶ୍ୱରର ବୁଦ୍ଧ ବିହାର ଆପାର୍ଟମେଣ୍ଟ ପରିସରରେ ଶୁକ୍ରବା...
ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଡାହାଣୀ ସନ୍ଦେହକୁ କେନ୍ଦ୍ର...
ଇ-କମର୍ସ କମ୍ପାନୀ ଆମାଜନର ଏକ ଡେଲିଭରି ଟ୍ରକରୁ ୬୦୪ଟି ମୋବ...
ସରକାରୀ କିମ୍ବା ବେସରକାରୀ ସ୍କୁଲରେ ଶିକ୍ଷକ ହେବାକୁ ଚାହୁଁ...
ବାଲିଅନ୍ତା ଗଣପିଟି ଘଟଣାରେ ମୃତ୍ୟୁବରଣ କରିଥିବା ଜିଆରପି କ...
ଓଡ଼ିଶାରେ ନୂଆ ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ସ୍ଥ...
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ୦-୨ରେ ପରାଜିତ ହେବା...
ପର୍ତ୍ତୁଗାଲର ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆନ...
୨୦୨୬ ଫିଫା ବିଶ୍ୱକପ୍‌କୁ ନେଇ ସାରା ବିଶ୍ୱରେ ଉତ୍ସାହ...
NEET ଓ JEE ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ...