କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ ଜଣେ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ନନ୍ଦିପଦା ଥାନା ପୁଲିସର ଏନ୍କାଉଣ୍ଟରରେ ଅର୍ଜୁନ ପ୍ରଧାନ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ନନ୍ଦିପଦା ଥାନା ଅନ୍ତର୍ଗତ ଛେନାପଦୀ ନିକଟ ଅସିଆ ଗାଁରେ ଅର୍ଜୁନ ପ୍ରଧାନ ଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା।
ପୁଲିସର ଦାବି ଅନୁସାରେ, ଚଢ଼ାଉ ସମୟରେ ଅର୍ଜୁନ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ଅର୍ଜୁନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଆହତ ଅର୍ଜୁନଙ୍କୁ ଘଟଣାସ୍ଥଳରୁ ପୁଲିସ କାବୁ କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଅର୍ଜୁନ ପ୍ରଧାନଙ୍କ ଘର ଯାଜପୁର ଜିଲ୍ଲା ଯଖପୁରା ଥାନା ଅଧୀନ ଦଶମାଣିଆ ଗାଁରେ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର ଓ ଝାଡ଼ଖଣ୍ଡରେ ତାଙ୍କ ବିରୋଧରେ ୨୦ରୁ ଅଧିକ ଗୁରୁତର ଅପରାଧିକ ମାମଲା ଥିବା ପୁଲିସ ଦାବି କରିଛି।
ଗତ ସେପ୍ଟେମ୍ବର ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ବନ୍ତଳା ଗାଁ ନିକଟରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ୍ ଘଟଣାରେ ଅର୍ଜୁନ ମୁଖ୍ୟ ଅଭିଯୁକ୍ତ ଥିବା ପୁଲିସ କହିଛି। ସେହି ଘଟଣା ପରଠାରୁ ସେ ଫେରାର ଥିବା ଜଣାପଡ଼ିଛି।
ଡକାୟତି, ହତ୍ୟା ଉଦ୍ୟମ ଓ ବନ୍ଧୁକ ଚାଳନା ଭଳି ଏକାଧିକ ମାମଲାରେ ପୁଲିସ ତାଙ୍କୁ ଖୋଜୁଥିବା କୁହାଯାଇଛି। ଏନ୍କାଉଣ୍ଟର ଘଟଣା ପରେ ପୁଲିସ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି କି ନାହିଁ, ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି।
ବିଜେପିର ବରିଷ୍ଠ ନେତା ଏବଂ ଭାରତର ପୂର୍ବତନ ଉପପ୍ରଧାନମନ୍ତ...
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ତଥ୍ୟ ଭାରତ...
୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...
CA ହେବାର ସ୍ୱପ୍ନ ନେଇ ଆଗକୁ ବଢ଼ୁଥିବା ଚେନ୍ନାଇର ଶ୍ରୁତି...
କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ନିର୍ବାଚନୀ ଭୋଟର ତା...
ଦିଲ୍ଲୀ-NCRରେ ପୁଣି ପାଗ ବଦଳିବାକୁ ଯାଉଛି। ଅକ୍ଟୋବର ୧୬,...
କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି, ଅକ୍ଟୋ...
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଦାନ ଓ ଜମି କାରବାରକୁ...