ବ୍ରହ୍ମପୁରର ଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡରେ ତଦନ୍ତ ଆଗକୁ ବଢ଼ୁଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନୂତନ CCTV ଫୁଟେଜ ଓ କ୍ରାଇମ ସିନ୍ ପୁନର୍ନିର୍ମାଣ ସମୟରେ ମିଳିଥିବା ଖୁଲାସା ଏହି ହତ୍ୟାକାଣ୍ଡକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଦେଇଛି।
ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସୁଧୀର ପାତ୍ର ଭଲିବଲ ଗ୍ରାଉଣ୍ଡରୁ ଘରକୁ ଫେରୁଥିବା ବେଳେ ଗୋଟିଏ ଚାରିଚକିଆ ଗାଡ଼ି ତାଙ୍କୁ ପିଛା କରୁଥିବା CCTVରେ ଧରାପଡ଼ିଛି। ଅଭିଯୁକ୍ତମାନେ ସେହି ଗାଡ଼ିରେ ଥିବା ଓ କିଛି ଦୂର ପର୍ଯ୍ୟନ୍ତ ପିଛା କରିବା ପରେ ତାଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି।
ଏହି ଘଟଣାରେ କାଲୁ ପ୍ରଧାନଙ୍କ ନାମ ଆସିଥିବାବେଳେ ସେ ସୁଧୀରଙ୍କ ଭାଉଜୀ ନିବେଦିତାଙ୍କ ପ୍ରେମିକ ବୋଲି କୁହାଯାଉଛି। ଏହି ସଢ଼ଯନ୍ତ୍ର ପୂର୍ବ ପରିକଳ୍ପିତ ଥିବା ସନ୍ଦେହ ପ୍ରକାଶ ପାଇଛି।
ଅନ୍ୟପଟେ ତଦନ୍ତ ସମୟରେ ଜଣାପଡ଼ିଛି ଯେ ଏହି ହତ୍ୟାକାଣ୍ଡରେ ଦୁଇଟି ଆଗ୍ନେୟାସ୍ତ୍ର ବ୍ୟବହାର ହୋଇଥିଲା। ଅଭିଯୁକ୍ତମାନେ ସେଗୁଡ଼ିକୁ ବୁଗୁଡ଼ାର ବାଘୁଆ ଡ୍ୟାମରେ ଫିଙ୍ଗି ଦେଇଥିବା ପୁଲିସ ଆଗରେ କ୍ରାଇମ ସିନ୍ ରିକ୍ରିଏସନ ବେଳେ ସୂର୍ଯ୍ୟ ପ୍ରତାପ ସିଂହ ଓରଫ ଗୋଲୁ ସ୍ୱୀକାର କରିଥିବା ସୂଚନା ମିଳିଛି।
ତଦନ୍ତରୁ ଆଉ ଜଣାପଡ଼ିଛି ଯେ ସୁଧୀରଙ୍କ ମୁଣ୍ଡରେ ବନ୍ଦୁକ ଲଗାଇ ଧମକ ଦିଆଯାଇଥିଲା ଏବଂ ତାହାର ଭିଡିଓ ପରିବାରକୁ ପଠାଯାଇଥିଲା। ଏହା ମାମଲାକୁ ଆହୁରି ସେନ୍ସିଟିଭ କରିଛି।
ପୁଲିସ ବର୍ତ୍ତମାନ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଖୋଜାରେ ତଲାଶି ଜାରି ରଖିଛି ଓ ମାମଲାର ଅଧିକ ଖୁଲାସା ପାଇଁ ତଦନ୍ତ ଜାରି ରହିଛି।
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...