ପୁରୀ ଶ୍ରୀମନ୍ଦିର ପ୍ରଶାସନ ମଙ୍ଗଳବାର ଉତ୍ତର ପ୍ରଦେଶରେ ପ୍ରସ୍ତାବିତ ଅସମୟ ରଥଯାତ୍ରାକୁ ନେଇ ଗଭୀର ଆପତ୍ତି ଜଣାଇଛି। ପାରମ୍ପରିକ ତିଥି ପୂର୍ବରୁ ରଥଯାତ୍ରା ଓ ନେତ୍ରୋତ୍ସବ ପାଳନ କରାଯିବା ପ୍ରସ୍ତାବକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଚାହିଁଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସମ୍ପୃକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଜୁନ୍ ୧୩ରେ ନେତ୍ରୋତ୍ସବ ଓ ଜୁନ୍ ୧୪ରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଘୋଷଣାକୁ ବାତିଲ କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ଏକ ସ୍ଥାନୀୟ ‘ଭଗବାନ ଶ୍ରୀ ଜଗନ୍ନାଥ ରଥଯାତ୍ରା ସେବା ସମିତି’ ପକ୍ଷରୁ ଆୟୋଜନ କରାଯାଉଥିବା ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପାରମ୍ପରିକ ପଞ୍ଜିକା ଅନୁଯାୟୀ ଚଳିତ ବର୍ଷ ନେତ୍ରୋତ୍ସବ ଜୁଲାଇ ୧୪ରେ ଏବଂ ବାର୍ଷିକ ରଥଯାତ୍ରା ଜୁଲାଇ ୧୬ରେ ପାଳନ କରାଯିବ। ତେଣୁ ଏହା ପୂର୍ବରୁ ଏପରି ନୀତିକାନ୍ତି ପାଳନ କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପାରମ୍ପରିକତା ବିରୋଧୀ ବୋଲି ମତ ପ୍ରକାଶ ପାଇଛି।
ଅରବିନ୍ଦ ପାଢ଼ୀ କହିଛନ୍ତି, “ଶ୍ରୀଜଗନ୍ନାଥଙ୍କ କୌଣସି ନୀତି ଅସମୟରେ ପାଳନ ହେବା ଉଚିତ୍ ନୁହେଁ। ସ୍ନାନ ପୂର୍ଣ୍ଣିମା ହେଉ କି ରଥଯାତ୍ରା, ସବୁ ନୀତି ନିର୍ଦ୍ଧାରିତ ତିଥି ଅନୁଯାୟୀ ହେବା ଦରକାର। ଉତ୍ତର ପ୍ରଦେଶର ଏକ ସଂଗଠନ ଅସମୟରେ ରଥଯାତ୍ରା କରିବାକୁ ନୋଟିସ୍ ଜାରି କରିଥିବା ସୂଚନା ମିଳିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଏହାକୁ ବନ୍ଦ କରିବାକୁ ଅନୁରୋଧ କରିଛୁ।”
ସେ ଆହୁରି କହିଛନ୍ତି ଯେ, ଅସମୟରେ ନୀତି ପାଳନ ହେଲେ ଭକ୍ତମାନଙ୍କ ଭାବନା ଆଘାତ ପାଉଛି। ସମସ୍ତ ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତିର ପାରମ୍ପରିକତା ଅନୁସରଣ କରିବାକୁ ସେ ଅନୁରୋଧ କରିଛନ୍ତି।
ଅନ୍ୟପଟେ, ଆୟୋଜକମାନେ ଜୁନ୍ ମାସରେ ରଥଯାତ୍ରା ଆୟୋଜନ କରିବାକୁ ସମର୍ଥନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସ୍କୁଲ ଛୁଟି ଓ ସ୍ଥାନୀୟ ସୁବିଧାକୁ ଦୃଷ୍ଟିରେ ରଖି ଏହି ତାରିଖ ଧାର୍ଯ୍ୟ କରାଯାଇଛି। ସ୍ଥାନୀୟ ପଣ୍ଡିତ ଓ ପୁରୋହିତମାନଙ୍କ ପରାମର୍ଶରେ ଶୁଭ ତିଥି ନିର୍ଦ୍ଧାରଣ ହୋଇଥିବା ମଧ୍ୟ ସେମାନେ କହିଛନ୍ତି।
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...