ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସଦର ସଭାଗୃହ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି।
Srimandir managing committee meeting chaired by Gajapati Dibyasingh Deb in Puri
Srimandir managing committee meeting chaired by Gajapati Dibyasingh Deb in Puri

ପୁରୀ ଶ୍ରୀମନ୍ଦିର ପରିଚାଳନା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଜଗନ୍ନାଥ ମନ୍ଦିର ସଦର ସଭାଗୃହ କାର୍ଯ୍ୟାଳୟରେ ଚାଲିଥିବା ଏହି ବୈଠକରେ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବୈଠକରେ ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରୁଛନ୍ତି।

ବୈଠକର ଏଜେଣ୍ଡା ଅନୁସାରେ ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରଶାସନିକ ଓ ଧାର୍ମିକ ପ୍ରସଙ୍ଗ ଉପରେ ଆଲୋଚନା ହେବ।

୭ଟି ପ୍ରମୁଖ ପ୍ରସଙ୍ଗ

୧. ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ ୨୦୨୬ ସମ୍ପର୍କରେ କମିଟିକୁ ଅବଗତ କରାଯିବ।

୨. ରତ୍ନ ଭଣ୍ଡାର ଗଣତି-ମଣତି ସମ୍ପର୍କରେ ମଧ୍ୟ କମିଟିକୁ ତଥ୍ୟ ଦିଆଯିବ।

୩. ୨୦୨୫-୨୬ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ଉପସ୍ଥାପନ କରାଯାଇ ଏହାର ଅନୁମୋଦନ ନିଆଯିବ।

୪. ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟିର ମାର୍ଚ୍ଚ ୧୮ ଓ ଜୁଲାଇ ୬ରେ ହୋଇଥିବା ବୈଠକର ବିବରଣୀ ଅନୁମୋଦନ କରାଯିବ।

୫. ଜୁନ୍ ୫ରେ ହୋଇଥିବା ପରିଚାଳନା କମିଟି ବୈଠକର ବିବରଣୀ ପଠନ, ଦୃଢ଼ୀକରଣ ଓ ଅନୁପାଳନ ସମ୍ପର୍କିତ ଆଲୋଚନା ହେବ।

୬. ଚଳିତ ବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା କରାଯିବ। ଘୋଷଯାତ୍ରାର ସଫଳ ଆୟୋଜନରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ କୃତଜ୍ଞତା ଜଣାଇବା ନେଇ ମଧ୍ୟ ଆଲୋଚନା ହେବ।

୭. ସେପ୍ଟେମ୍ବର ୧୯ରେ ହୋଇଥିବା ସଂସ୍ଥା ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ କରାଯିବ।

ଏହାବ୍ୟତୀତ, ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।

LIVE TV
LIVE
Latest News
ମୋଟର ଇନ୍ସୁରାନ୍ସରେ ଏତେ ଅଧିକ କମିଶନ୍ କାହିଁକି? ପରିବର୍ତ୍ତନ ଆଣିବାକୁ IRDAIର ପ୍ରସ୍ତାବ

ମୋଟର ଇନ୍ସୁରାନ୍ସରେ ଏତେ ଅଧିକ କମିଶନ୍ କାହିଁକି?...

ନୂଆ ଗାଡ଼ି କିଣିବା ସମୟରେ motor insurance ନେବା ସାଧାରଣ...

ଗିଲ୍‌ଙ୍କ ନେତୃତ୍ୱରେ ରୋହିତ-ବିରାଟଙ୍କ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ: ଗୌତମ ଗମ୍ଭୀର

ଗିଲ୍‌ଙ୍କ ନେତୃତ୍ୱରେ ରୋହିତ-ବିରାଟଙ୍କ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ: ଗୌତମ...

ଭାରତୀୟ କ୍ରିକେଟ୍ ଦଳ ୨୦୨୭ ODI ବିଶ୍ୱକପ୍ ପାଇଁ ପ୍ରସ୍ତୁତ...

ଡାକ୍ତରଙ୍କ ପ୍ରେସକ୍ରିପସନରେ ହିନ୍ଦୀରେ ଲେଖାଯାଉ ଔଷଧ ଓ ଟେଷ୍ଟ ନାମ: ବ୍ରଜେଶ ପାଠକଙ୍କ ଅପିଲ୍

ଡାକ୍ତରଙ୍କ ପ୍ରେସକ୍ରିପସନରେ ହିନ୍ଦୀରେ ଲେଖାଯାଉ ଔଷଧ ଓ...

ଉତ୍ତରପ୍ରଦେଶରେ ଚିକିତ୍ସା କ୍ଷେତ୍ରରେ ଭାରତୀୟ ଭାଷାର ବ୍ୟବ...

ବୀମା ବିକ୍ରିରେ ଆଉ ଚାଲିବନି ଭୁଲ ତଥ୍ୟ, mis-selling ରୋକିବାକୁ IRDAIର କଠୋର ପ୍ରସ୍ତାବ

ବୀମା ବିକ୍ରିରେ ଆଉ ଚାଲିବନି ଭୁଲ ତଥ୍ୟ,...

ବୀମା ପଲିସି କିଣିବାବେଳେ ଯଦି ଗ୍ରାହକଙ୍କ ଆବଶ୍ୟକତା ସହିତ...

୩୦ ପରେ ହୃଦୟର ଯତ୍ନ ନିଅନ୍ତୁ: ଏହି Blood Test ଓ Lifestyle Checkକୁ କରନ୍ତୁ ଗୁରୁତ୍ୱ

୩୦ ପରେ ହୃଦୟର ଯତ୍ନ ନିଅନ୍ତୁ: ଏହି...

ଅନେକ ଲୋକ ୩୦ ବର୍ଷ ବୟସରେ ନିଜକୁ ସୁସ୍ଥ ମନେ କରନ୍ତି ଏବଂ...

ମଣିଷ ଶରୀରରେ ଘୁଷୁରି କିଡନୀ! ଭାରତରେ Xenotransplantation ପାଇଁ ନୂଆ ପଦକ୍ଷେପ

ମଣିଷ ଶରୀରରେ ଘୁଷୁରି କିଡନୀ! ଭାରତରେ Xenotransplantation...

କିଡନୀ ପ୍ରତିରୋପଣ ପାଇଁ ମାନବ ଅଙ୍ଗର ଅଭାବ ଏକ ବଡ଼ ସମସ୍ୟା...

ଭାରତ ହେଉଛି ବେଞ୍ଚମାର୍କ, କିନ୍ତୁ ଚାପରେ ପକାଇପାରିବୁ: ମାଇକ୍ ହେସନ

ଭାରତ ହେଉଛି ବେଞ୍ଚମାର୍କ, କିନ୍ତୁ ଚାପରେ ପକାଇପାରିବୁ:...

ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ T20 କ୍ରି...

ଗୁଜରାଟରେ ଦୋକାନ-ରେଷ୍ଟୁରାଣ୍ଟ ୨୪x୭ ଖୋଲା ରଖିବାକୁ ପଥ ସଫା, ‘self-certification’ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଗୁଜରାଟରେ ଦୋକାନ-ରେଷ୍ଟୁରାଣ୍ଟ ୨୪x୭ ଖୋଲା ରଖିବାକୁ ପଥ...

ଗୁଜରାଟରେ ବ୍ୟବସାୟ ପରିଚାଳନାକୁ ସହଜ କରିବା ଲକ୍ଷ୍ୟରେ ରାଜ...

ଭାରତର କ୍ରିପ୍ଟୋ ବଜାରରେ Gen Zର ଦବଦବା, ନୂଆ ୟୁଜରଙ୍କ ମଧ୍ୟରୁ ୫୦% ଯୁବ ପିଢ଼ି

ଭାରତର କ୍ରିପ୍ଟୋ ବଜାରରେ Gen Zର ଦବଦବା,...

ଭାରତର କ୍ରିପ୍ଟୋ ବଜାରରେ ଯୁବ ପିଢ଼ିର ଅଂଶଗ୍ରହଣ ଦ୍ରୁତ ଗତ...

ଇଂଲଣ୍ଡ କ୍ରିକେଟ୍‌ରେ ନୂଆ ଇତିହାସ: ୧୦,୦୦୦ ରନ୍ ପୂରଣ କଲେ ଜସ୍ ବଟଲର୍

ଇଂଲଣ୍ଡ କ୍ରିକେଟ୍‌ରେ ନୂଆ ଇତିହାସ: ୧୦,୦୦୦ ରନ୍...

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ODIରେ ଇଂଲଣ୍ଡର ଅଭିଜ୍ଞ ୱିକେ...

ଏସୀୟ କ୍ରୀଡ଼ାରେ ବନ୍ଧୁକଚାଳନାରେ ଭାରତକୁ ଯୁଗଳ ସଫଳତା: କମଲଜିତ-ସୁରୁଚିଙ୍କୁ ସ୍ୱର୍ଣ୍ଣ, ରାଇଫଲ୍ ଦଳକୁ ରୌପ୍ୟ

ଏସୀୟ କ୍ରୀଡ଼ାରେ ବନ୍ଧୁକଚାଳନାରେ ଭାରତକୁ ଯୁଗଳ ସଫଳତା:...

ଏସୀୟ କ୍ରୀଡ଼ା ୨୦୨୬ରେ ଶୁକ୍ରବାର ଭାରତୀୟ ବନ୍ଧୁକଚାଳନା ଦଳ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+